Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ

42

ପୁରୀ ୩୦-୩ (ଓଡ଼ିଆ ପୁଅ) ବରିଷ୍ଠ ସାମ୍ବାଦିକ ତଥା ପତ୍ରକାର ସଂଘର ପୁରୀ ଜିଲ୍ଲା ସଂପାଦକ ଶଙ୍କର ବେହେରାଙ୍କ ପିତା ଅଲେଖ ଚନ୍ଦ୍ର ବେହେରାଙ୍କ ଆଜି ପୂର୍ବାହ୍ନରେ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ସ୍ବର୍ଗତ ବେହେରାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ। ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବହୁତ ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, କଳାକାର ବନ୍ଧୁ ଓ ବହୁ ମାନ୍ୟଗଣ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ତାଙ୍କ ବାସଭବନକୁ ଯାଇ ସ୍ବର୍ଗତ ବେହେରାଙ୍କ ଶେଷ ଦର୍ଶନ କରିଥିଲେ। ମରଶରୀରକୁ ଏକ ପଟୁଆରରେ ବାସଭବନରୁ ସ୍ଵର୍ଗଦ୍ଵାରକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ଜ୍ୟେଷ୍ଠ ପୁତ୍ର ଶଙ୍କର ବେହେରା ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ବେହେରାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.