Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକର “ପରୀକ୍ଷା ପେ ଚର୍ଚ୍ଚା” ଉପରେ ଆଲୋଚନା

କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକର “ପରୀକ୍ଷା ପେ ଚର୍ଚ୍ଚା” ଉପରେ ଆଲୋଚନା

32

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶାନୁସାରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ “ପରୀକ୍ଷା ପେ ଚର୍ଚ୍ଚା” ର ୫ମ ସଂସ୍କରଣ ୧ ଅପ୍ରେଲ ୨୦୨୨ ଦିଲ୍ଲୀ ଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଶେଷ କରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ନହୋଇ ସଫଳତାର ସହ ପରୀକ୍ଷା କାର୍ଯ୍ୟରେ ଅଗ୍ରସର ହେବେ। ଏହି କାର୍ଯ୍ୟକ୍ରମରେ କେବଳ ଛାତ୍ରଛାତ୍ରୀ ନୁହନ୍ତି ବରଂ ଅଭିଭାବକ ଓ ବିଭିନ୍ନ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ପ୍ରାଚାର୍ଯ୍ୟ, ପ୍ରାଚାର୍ଯ୍ୟାମାନେ ମଧ୍ୟ ଭାଗ ନେବେ। ବିଶେଷତଃ କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକର ଅଧ୍ୟକ୍ଷା ସୁଜାତା ମିଶ୍ର, ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ନେଇ “ପରୀକ୍ଷା ପେ ଚର୍ଚ୍ଚା” ଉପରେ ଆଲୋଚନା ଚକ୍ର ର ଆୟୋଜନ କରିଥିଲେ। ଏଥିରେ ଅଧ୍ୟକ୍ଷାଙ୍କ ସୁମନ୍ତବ୍ୟ ସହିତ ଶିକ୍ଷକ ଡ଼ଃ ଧରଣୀଧର ପରିଡ଼ା ଓ ମନୋଜ କୁମାରଙ୍କ ଭାଷଣ ଅତ୍ୟନ୍ତ ଶିକ୍ଷଣୀୟ ଓ ଗ୍ରହଣୀୟ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କର ସହଯୋଗ କ୍ରମେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଧନ୍ୟବାଦ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.