Home ଜିଲ୍ଲା ପରିକ୍ରମା ବରିଷ୍ଠ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ଭଦ୍ରକ ବାର୍ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବରିଷ୍ଠ ରାଜନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ଭଦ୍ରକ ବାର୍ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

90

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲ ସଂଘ ପକ୍ଷରୁ ଆଜି ବାର୍ ହଲରେ ସଂଘର ସଭାପତି ଯତିନ୍ଦ୍ର ମୋହନ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ଅର୍ଦ୍ଧ ଶତାବ୍ଦୀର ବରିଷ୍ଠ ରାଜନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଶତାଧିକ ଆଇନ୍‌ଜୀବୀ । ଏହି ସଭାରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ଦିବ୍ୟସିଂହ ନାୟକ, ବସନ୍ତ ଦାସ, ପବନ ଶର୍ମା, ରାଧା ଦାସ, ଶ୍ରୀକାନ୍ତ ବିଶ୍ୱାଳ, ସନ୍ତୋଷ ନାୟକ, ବିଜନ ଜେନା, ମାଧ ଦାସ, ପ୍ରଫୁଲ୍ଲ ପାଢୀ, ସନ୍ତୋଷ ଆଚାର୍ଯ୍ୟ, ବିନୋଦ ଦାସ, ତୁଷାର ଦାସ, ରାଜୀବ ବାରିକ, ଦିଲ୍ଲୀପ ମହାପାତ୍ର, ସୂର୍ଯ୍ୟକାନ୍ତ କୁଅଁର, କଲ୍ୟାଣ ଦାସ ପ୍ରମୁଖ ଯୋଗଦେଇ ୰ ଅର୍ଜୁନ ବାବୁ ଜଣେ ଦକ୍ଷ, ଶାନ୍ତ, ସରଳ, ଭଦ୍ର ଓ ଅମାୟିକ ରାଜନେତା ଥିଲେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସେ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ଭଦ୍ରକର ଜନସେବା କରିଆସୁଥିଲେ । କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ସେ ଭଦ୍ରକ ଓକିଲ ସଂଘର ଗୃହ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ଅର୍ଥ ପ୍ରଦାନ କରିଥିଲେ । ଏଥିସହ ସାଳନ୍ଦୀ ନଦୀ ସଂସ୍କାରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ବକ୍ତାମାନେ କହିଥିଲେ । ତାଙ୍କର ରାଜନୈତିକ ଜୀବନରେ ସେ ବହୁ ଜନହିତକର କାର୍ଯ୍ୟ କରିବା ମଧ୍ୟରେ ଭଦ୍ରକ ରେଳଷ୍ଟେସନର ଉନ୍ନତି ଓ ନୂତନ ରେଳ ଚଲାଇଥିଲେ । ଏଥିସହ ରାଜପଥର ଦୋହରିକରଣ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ଦେହାନ୍ତ ଭଦ୍ରକ ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ବକ୍ତାମାନେ କହିଥିଲେ । ତାଙ୍କ ପରିବାର ଏହିଭଳି ଅବସ୍ଥାରେ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ଏକ ଶୋକବାର୍ତ୍ତା ବାର୍ ପକ୍ଷରୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଶେଷରେ ଭଦ୍ରକ ଓକିଲ ସଂଘର ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.