Home ଅନୁଗୁଳ ବରିଷ୍ଠ ପ୍ରତିନିଧିମଣ୍ଡିଳୀଙ୍କ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ ଓ ସମୀକ୍ଷା

ବରିଷ୍ଠ ପ୍ରତିନିଧିମଣ୍ଡିଳୀଙ୍କ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ ଓ ସମୀକ୍ଷା

37

ତାଳଚେର, ୨୬/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେରସ୍ଥିତ ଟିଏଫଏଲ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି ଏକ ବରିଷ୍ଠ ପ୍ରତିନିଧିମଣ୍ଡିଳୀ। ସୋମବାର ପୂର୍ବାହ୍ନରେ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜରର ସିଏମଡି ଏସ.ସି.ମୁଦେଗେଡ଼କର, ପିଡିଆଇଏଲ ର ସିଏମଡି ସୁଶ୍ରୀ ଅପର୍ଣ୍ଣା ଏସ୍‌.ଶର୍ମା, ସୁଶ୍ରୀ ଏନ.ଜେ.ଶେଖ୍ (ଡିଏଫ୍‌, ଆରସିଏଫ) ଏମ୍‌.ଏମ୍‌.ଦେଓ (ଡିଟି, ଆରସିଏଫ୍‌), ଡ. ଏ.କେ.ସାମନ୍ତରାୟ, ଡାଇରେକ୍ଟର (ଇଡି, ସିଆଇଏଲ-କୋଲ ବିଦେଶ), ଏସ.ଏନ.ଯାଦବ ଏମଡି(ଟିଏଫଏଲ) ଏସ.ବି.ଗୈାଡ଼େ (ଆଡ଼ଭାଇଜର, ପ୍ରୋଜେକ୍ଟ, ଆରସିଏଫ୍‌)ସଞ୍ଜୟ ଆରୋରା (ଡିଓ, ଟିଏଫଏଲ)ମିଳିତ ଭାବେ ଏକଦିବସୀୟ ପ୍ଲାଣ୍ଟ ପରିଦର୍ଶନରେ ଆସିଥିଲେ। ଏହି ପ୍ରକଳ୍ପ ହେଉଛି ଦେଶର ପ୍ରଥମ କୋଇଲା ଭିତିକ ଓ ଗ୍ୟାସ ଆଧାରିତ ସାର କାରଖାନା ଓ ଏହାର ନିର୍ମାଣ ଶେଷ ହେବାପରେ ଭାରତବର୍ଷ ୟୁରିଆ ସାରର ଆବଶ୍ୟକତାକୁ ଆତ୍ମନିର୍ଭର ହେବାରେ ସକ୍ଷମ ହେବ। ଏହି ପ୍ରକଳ୍ପ ଏକ ମିଳିତ ଯୈାଥ ଉଦ୍ୟୋଗ। ଏହାକୁ ଗେଲ ଇଣ୍ଡିଆ(ଗେଲ) କୋଲଇଣ୍ଡିଆ (ସିଆଇଏଲ), ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍‌) ଓ ଏଫସିଆଇଏଲ ନିର୍ମାଣ କରୁଛନ୍ତି। ଏହି ପ୍ରକଳ୍ପ ୨୦୨୪ ମସିହା ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଯୋଜନା ରହିଛି। ଅତିଥିଗଣ ପ୍ରଥମେ ବିକ୍ରମପୁର ସ୍ଥିତ ଅତିଥିଭବନ ଠାରେ ପହଁଚିଥିଲେ। ସିଆଇଏସଏଫ ତରଫରୁ ଆରସିଏଫ ସିଏମଡି ଏସ.ସି.ମୁଦେଗେଡ଼କରଙ୍କୁ ସମ୍ମାନପୂର୍ବକ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ତତପରେ ସମସ୍ତ ଅତିଥିମାନଙ୍କ କରକମଳରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପରେ ଅତିଥିଗଣ ପ୍ରଶାସନିକ ଭବନରେ ପହଁଚି ପ୍ଲାଣ୍ଟର ମଡ଼େଲ ଦେଖିବାପରେ ସମୀକ୍ଷା ନିମନ୍ତେ ସମ୍ମିଳନୀ କକ୍ଷକୁ ଯାଇଥିଲେ। ଓଡ଼ିଶା ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ର ଓ ତାଳଚେର ମା ହିଙ୍ଗୁଳାଙ୍କ ବିଜେସ୍ଥଳୀ ହୋଇଥିବାରୁ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମୀକ୍ଷା ଆରମ୍ଭ କରିଥିଲେ। ଏଥିରେ ପ୍ରକଳ୍ପର ବର୍ତମାନର ଅଗ୍ରଗତି, ପ୍ରକଳ୍ପ ନିର୍ମାଣ ନିମନ୍ତେ ଉପକରଣ, ବୈଷୟିକ ସହାୟତା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ତତ୍‌ପରେ ଅତିଥିଗଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। କୋଲ ଗ୍ୟାସିଫିକେସନ, ଆମୋନିଆ ୟୁରିଆ, ଷ୍ଟିମ୍ ଜେନେରେସନ, କୁଲିଂ ଟାୱାର, ଆମୋନିଆ ଷ୍ଟୋରେଜ, ୱାଟର ରିଜର୍ଭର, ରେଳ ଲାଇନ୍‌, ପାଣି ପାଇପ ଲାଇନ ସମେତ ପମ୍ପ୍ ହାଇସ ଆଦି ବୁଲି ଦେଇଥିଲେ। ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର ହେଉଛି ଭାରତ ସରକାରଙ୍କର ସାର ଓ ରସାୟନ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା। ଏଣୁ ପ୍ରକଳ୍ପ ସଠିକ୍ ସମୟରେ କାର୍ଯ୍ୟକ୍ଷମ ନେଇ ଜୋର ଦିଆଯାଇଥିଲା। ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ପ୍ରକଳ୍ପର ମହାପ୍ରବନ୍ଧକ ସତ୍ୟବ୍ରତ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଓ ପିଡିଆଇଏଲ ଟିମ୍ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.