Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ

ବରିଷ୍ଠ ନାଗରିକ ସୁରକ୍ଷା ମଂଚର ବାର୍ଷିକ ଉତ୍ସବ

8
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚର ୬ଷ୍ଠ ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ କୁଆଁସମଢିଆସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ତାଙ୍କ ବକ୍ତବ୍ୟରେ ବରିଷ୍ଠା ମାନେ ଚିର ନମସ୍ୟ ,ବୟସର ଅପରାହ୍ନରେ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ନ୍ୟାୟ ପ୍ରଦାନ କରିବାକୁ ମତବ୍ୟକ୍ତ କରିଥିଲେ । ଆୟୋଜିତ ସଭାକୁ ମଂଚ ସଭାପତି ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଧଳ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ପ୍ରକୃତରେ ବରିଷ୍ଠ ହୋଇଗଲେ ସମାଜରେ ଅଖୋଜା,ଅଲୋଡା ହୋଇଯିବାର ମାନସିକତାକୁ ଆମ୍ଭେ ମାନେ ମନରୁ ପୋଛି ଦେଲେ ଅନେକାଶଂରେ ବରିଷ୍ଠଙ୍କ ସମସ୍ୟା ଦୂର ହୋଇପାରିବ । ଅନ୍ୟପକ୍ଷରେ ବୟସ୍କ ମାନେ ସମାଜର ଅମୂଲ୍ୟ ସମ୍ପଦ, ସେହିମାନଙ୍କ ଦ୍ୱାରା ସମାଜ ତିଷ୍ଠି ରହିଛି ଯାହାର ମୂକସାକ୍ଷୀ ଇତିହାସ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଭଦ୍ରକ ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ଆଗରପଡା ଥାନାଧିକାରୀ ଦେବରାଜ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବରିଷ୍ଠଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ମତ ରଖିଥିଲେ । ମୂରଲୀ ଧର ପଣ୍ଡା, ଇଂ.ମଧୁସୂଦନ ସାହୁ, ଫକୀର ଚରଣ ବାରିକ୍‌, ଭାଗବତ ସୂତାର, ଶଙ୍ଖାଳି ରାଉଳ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମଚଂର ବାର୍ଷିକ ମୁଖପତ୍ର “ଅସ୍ତରାଗର ରଙ୍ଗ” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ସାମଲ,ଜଳଧର ମହାପାତ୍ର, ଶାନ୍ତିଲତା କର, ବ୍ରଜକିଶୋର ନାୟକ, ଶତ୍ରୁଘ୍ନ ସାହୁ, କୃତୀଛାତ୍ରୀ ସୁମିତ୍ରା ନାୟକ, ଜଗଦୀଶ ରାଉତ ପ୍ରତିଭାଧରଙ୍କୁ ସମ୍ମାନିତ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ପ୍ରିତୀରେଖା ସାହୁ,ନୃତ୍ୟଶିଳ୍ପୀ ପ୍ରତ୍ୟୁଷା ଦାସ, ଜିଜ୍ଞାସା ସଞ୍ଜିବନୀଙ୍କୁ ପୁରସ୍କୃତ କରାଯାଇଥିଲା । ଚିତ ରଞ୍ଜନ ସାମନ୍ତରାୟ ଅତିଥିଙ୍କୁ ମଞ୍ଚ ଆହ୍ୱାନ,ଯୁଗ୍ମସମ୍ପାଦକ ରାମଚନ୍ଦ୍ର ଦାସ ଅତିଥି ପରିଚୟ, ସମ୍ପାଦକ ରଞ୍ଜନ ଦାସ ବିବରଣୀ ପାଠ, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗଦାଧର ବେହେରା, ରତ୍ନାକର ନାୟକ, ସୁରେନ୍ଦ୍ର ବିନ୍ଧାଣୀ, ଜଗନ୍ନାଥ ଶତପଥି, କାର୍ତିକ ପଣ୍ଡା, ସୁବାସ ଚନ୍ଦ୍ର ଦାଶ, ନାରାୟଣ ଜେନା, ଅଶୋକ ମହାନ୍ତି, ରାମଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାମଲ, ମନୋରଞ୍ଜନ ମହାନ୍ତି, ଉପଦେଷ୍ଟା ବଳରାମ ଘଡେଇ, ପଚାଂନନ ପତି,ଲକ୍ଷ୍ମଣ ମଳିକ, ମହେନ୍ଦ୍ର ମଳିକ, ସ୍ୱାସ୍ଥ୍ୟ ସେବିକା ହରପ୍ରିୟା ସାହୁ,ଫଟୋଚିତ୍ରଶିଳ୍ପୀ ନମିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.