Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ସନାତନ ସାମଲଙ୍କ ପରଲୋକ

ବରିଷ୍ଠ ନାଗରିକ ସନାତନ ସାମଲଙ୍କ ପରଲୋକ

57

ଯାଜପୁର, ୮/୧୧ (ଓଡିଆ ପୁଅ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ପଂଚାୟତ କଦଳା ଗ୍ରାମର ବରିଷ୍ଠ ନାଗରିକ ତଥା ସଂକୀର୍ତନ ପ୍ରେମୀ ସନାତନ ସମାଲଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ନିଜ କାର୍ଯ୍ୟରେ ନିକଟସ୍ଥ ନଦୀ ନିକଟକୁ ଆସିଥିବା ବେଳେ ସେଠାରେ ପଡିଯାଇଥିଲେ। ଖବର ପାଇ ଗ୍ରାମବାସୀ ତାଙ୍କୁ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବହୁ ବିଶିଷ୍ଠ ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କର ଏକମାତ୍ର ପୁତ୍ର ସାଗର ସମାଲ ଗ୍ରାମ ଶ୍ମଶାନରେ ମୁଖାଗ୍ନୀ ଦେଇଥିଲେ। ସେ ଏହି ଅଂଚଳର ଜଣାଶୁଣା ବରିଷ୍ଠ ସମ୍ବାଦିକ କୌଳାସ ରାଉତଙ୍କ ବଡ ଭିଣେଇ ଏବଂ ଆମ ଐତିହ ସମ୍ପାଦକ ମାନସ ରାଉତଙ୍କ ପିଉସା ଅଟନ୍ତି। ସେ ଜଣେ ସଂକୀର୍ତନ ପ୍ରେମୀ ତଥା ଧର୍ମବିତ୍ ଭାବରେ ଏହି ଅଂଚଳରେ ବେଶ ଜଣାଶୁଣା ଥିଲେ। ବିଭିନ୍ନ ଧାର୍ମିକ କାର୍ଯ୍ୟରେ ସେ ଜଡିତ ରହୁଥିଲେ। ସେ ଜଣେ ଶାନ୍ତ ସରଳ ନିଷ୍ମପଟ ବ୍ୟକ୍ତି ଭାବରେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ କଦଳା, ହରିଦାସପୁର, ନେଉଳପୁର ଆଦି ପଂଚାୟତରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.