Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ କମିଟି ବୈଠକ, ସମାଜସେବୀଙ୍କୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ କମିଟି ବୈଠକ, ସମାଜସେବୀଙ୍କୁ ସମ୍ବର୍ଦ୍ଧନା

14

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ଓ ସମାଜସେବୀ ଙ୍କୁ ସମ୍ବର୍ଦ୍ଧନା ସଭା ଆଜି ବରିଷ୍ଠ ନାଗରିକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାର ସଭାପତିତ୍ୱ କରିଥିଲେ ସଙ୍ଘର ସଭାପତି ଅନନ୍ତ ଚରଣ ସେଠୀ। ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ ଆୟବ୍ୟୟ ର ହିସାବ ଆଗତ କରିବା ସହ ବରିଷ୍ଠ ସାଗରିକ ମାନଙ୍କୁ କିପରି ବିଭିନ୍ନ କ୍ଷେତ୍ର ରେ ସଚେତନତା ମାଧ୍ୟମରେ ସମସ୍ତ ତଥା ଅବଗତ କରାଯାଇ ସେମାନଙ୍କୁ ସାହାଯ୍ୟକରାଯାଇ ପାରିବ ଓ ସେମାନେ ସରକାରଙ୍କ ତରଫରୁ ବିଭିନ୍ନ ଯୁଗାନ୍ତ କାରୀ ଯୋଜନା ଗୁଡିକର ଲାଭ ଉଠାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ତତସହ ବରିଷ୍ଠ ସମାଜସେବୀ ବଳରାମ ଦାସ ଙ୍କୁ ସମାଜ ସେବା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବାରୁ ତାଙ୍କୁ ସଂଘର ସଭାପତି ଅନନ୍ତ ଚରଣ ସେଠୀ ମାନପତ୍ର, ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁଦର୍ଶନ ପାଣି, କାଁହୁ ଚରଣ ମହାଳିକ, ଅଶୋକ ବାରିକ, ଉମେଶ ଚନ୍ଦ୍ର ସାହୁ, ରଜନୀ କାନ୍ତ ମହାନ୍ତି ଶରତ ଚନ୍ଦ୍ର ବେହେରା, ରାଜ କିଶୋର ଦାସ, ଗଙ୍ଗାଧର ବିଶ୍ୱାଳ, ଜୟ କୃଷ୍ଣ ଦାଶ, ବ୍ରଜ କିଶୋର ପରିଡା,ରବୀନ୍ଦ୍ର ନାଥ ରଣା, ବେଣୁଧର ନାୟକ, ମୁରଲୀଧର ପରିଡା, ପିତାମ୍ବର ନାଥ, ଗୟାଧର ଦାସ, ବାବାଜୀ ଚରଣ ଦାସଙ୍କ ସହ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.