ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ତରଫରୁ ଏହି ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି, ତାହା କେବଳ ବରିଷ୍ଠ ନାଗରିକମାନଙ୍କ ପ୍ରତି ଉଚିତ୍ ସମ୍ମାନର ଏକ ସଜୀବ ପ୍ରତିଫଳନ। ଯେଉଁ ବରିଷ୍ଠ ନାଗରିକ ତାଙ୍କ ଜୀବନରେ ତ୍ୟାଗ ଓ ସଂଘର୍ଷ କରି ଏହି ସମାଜ ଓ ପରିବାରକୁ ଗଢି ତୋଳିଥାନ୍ତି, ପରିଣତ ବୟସରେ ଶେଷ ସମୟରେ ତୀର୍ଥ ଯାତ୍ରା କରିବାର ଯେଉଁ ଇଚ୍ଛା ଥାଏ, ପ୍ରଭୁଙ୍କର ସାନିଧ୍ୟ ଲାଭ କରିବେ, ସେ ଇଚ୍ଛାଟି ଅପୂରଣୀୟ ରହିଯାଏ। ତାହାକୁ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଏହି ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି ବୋଲି ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟରେ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରା ଗାଡ଼ିର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ଏହି ଯୋଜନା ଅନ୍ତର୍ଗତ ଜିଲ୍ଲାର ୪ଟି ପୌରାଂଚଳ ଓ ୭ଟି ବ୍ଲକର ୧୧୭ ଜଣ ବରିଷ୍ଠ ନାଗରିକ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାଲେଶ୍ୱର ଅଭିମୁଖେ ବାହାରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ଯେ, ଆସନ୍ତା ୭ ଜାନୁଆରୀ ରେ ତୀର୍ଥଯାତ୍ରୀମାନେ ବାଲେଶ୍ୱରରୁ ଟ୍ରେନ୍ ଯୋଗେ ରାମେଶ୍ୱରମ୍ ଓ ମଦୁରାଇ ଅଭିମୁଖେ ତୀର୍ଥଯାତ୍ରା କରି ୧୨ ତାରିଖରେ ଫେରିବେ। “ରାଜ୍ୟ ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏହି ତୀର୍ଥଯାତ୍ରା ସୁସଂଗଠିତ ଭାବେ ସଫଳ ଭାବରେ ସମ୍ପନ୍ନ ହୋଇଥିବାରୁ, ଯାତ୍ରାରେ ସାମିଲ ସମସ୍ତ ତୀର୍ଥଯାତ୍ରୀମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ହୃଦୟପୂର୍ବକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।”








