ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଚଳିତ ବର୍ଷର ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ପ୍ରଥମ ତୀର୍ଥଯାତ୍ରୀ ଦଳ ଗୁରୁବାର ଯାତ୍ରା ଆରମ୍ଭ କରିଛନ୍ତି । ନାଆମୀ ଗ୍ରାମର ହାଡିବନ୍ଧୁ ମୁଦୁଲି, ଅର୍ଜ୍ଜୁନ ଜେନା, ବସନ୍ତ ମଞ୍ଜରୀ, ସରସଦା ଗ୍ରାମର ପାକନ ସାହୁ, ସୀତା ସାହୁ, ରାମଚନ୍ଦ୍ର ସାହୁ, ପ୍ରଫୁଲ୍ଲ ନାୟକ, ମାଳତୀ ନାୟକ, ଜଳମଣ୍ଡୁଆ ପଞ୍ଚାୟତ ହରିପୁରବିନ୍ଧା ଗ୍ରାମର ଭଗବତୀ ଜେନା, ଚନ୍ଦ୍ରପୁର ଗ୍ରାମର ବଂଶୀଧର ସାମଲ, ବାସନ୍ତି ସାମଲ, ନିର୍ଗୁଣ୍ଡି ଗ୍ରାମର ସୁରେନ୍ଦ୍ର ଦାସ, ଜାଗିରି ଦାସ, ନିରୂପମା ଦତ୍ତ, ମୀନା ମୋହନ ଦତ୍ତ, ରାଜେନ୍ଦ୍ରପୁର ପଞ୍ଚାୟତ ଅଗେଇବେହେରା ଗ୍ରାମର ଧ୍ରୁବଚରଣ ବାରିକ, ବୀଣାପାଣି ବାରିକ ଓ ସୁବ୍ରତ ବାରିକ ଆଦି ୧୮ଜଣ ତୀର୍ଥଯାତ୍ରୀ ଦଳକୁ ବ୍ଲକ ପରିସରରେ ବିଧାୟକ ପ୍ରଫୁଲ୍ଲ ସାମଲ ସଫଳ ଯାତ୍ରା କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତ୍ତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ପୂର୍ବତନ ସରପଞ୍ଚ ବିରେନ୍ଦ୍ର ନାୟକ ପ୍ରମୁଖ ୧୦ ଦିନିଆ ଯାତ୍ରା ପାଇଁ ତୀର୍ଥଯାତ୍ରୀମାନଙ୍କୁ ଶୀତବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭଯାତ୍ରା ମନାସିଥିଲେ । ଏହି ତୀର୍ଥଯାତ୍ରୀ ଦଳ ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜୟିନୀରେ ଅବସ୍ଥିତ ଭଗବାନ ଶିବଙ୍କ ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗ ଓ ଇନ୍ଦୋର ନିକଟରେ ଅବସ୍ଥିତ ଓମକାରେଶ୍ୱର ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବେ ।