Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା

ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା

5

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ ଅଧିନସ୍ଥ ବୋଡ଼କପାଟଣା ଠାରେ ଅଗ୍ନୀକାଣ୍ଡ ଘଟି ତିନି ପରିବାରର ୭ ବଖରା ଗୃହ ପୋଡ଼ି ଯାଇଥିଲା । ଗ୍ରାମର ଲତିକା ସ୍ୱାଇଁ, ସରସ୍ୱତୀ ସ୍ୱାଇଁ ଓ ବାବାଜୀ ସ୍ୱାଇଁଙ୍କ ଘରେ ଏହି ଅଗ୍ନୀକାଣ୍ଡ ଘଟିଥିବା ବେଳେ ଆସବାଦପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବିପନ୍ନ ପରିବାର ଶୀତ କାକରରେ କାଳତିପାତ କରୁଛନ୍ତି । ଖବରପାଇ ଭଦ୍ରକ ରୋଟାରି କ୍ଲବର ସଭାପତି ରୋଟାରିୟାନ୍ ପ୍ରଣବ ସାହୁ, ଯୁଗ୍ମ ସମ୍ପାଦକ ବସନ୍ତ କୁମାର ସାମଲ, ଇନ୍ଦ୍ରଜିତ ସାହୁ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିବା ବେଳେ ସୁଖିଲା ଖାଦ୍ୟ, ରାସନ ସାମଗ୍ରୀ ଓ କମ୍ବଳ ପ୍ରଦାନ କରିଥିଲେ । ଏଥିସହ ତୁରନ୍ତ ସରକାରୀ ସ୍ତରରେ ଗୃହ ଯୋଗାଇ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.