Home ଓଡ଼ିଶା ବରିଷ୍ଠ ନାଗରିକଙ୍କ ସାମାଜିକ ସ୍ଥିତି ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଉଦ୍ ବେଗ

ବରିଷ୍ଠ ନାଗରିକଙ୍କ ସାମାଜିକ ସ୍ଥିତି ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଉଦ୍ ବେଗ

136

ସମ୍ବଲପୁର, ୨୨/୭ – (ଓଡ଼ିଆ ପୁଅ) ମଣିଷର ଆୟୁ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆନୁପାତିକ ଭାବରେ ବୃଦ୍ଧି ପାଇଛି। ତେଣୁ ବରିଷ୍ଠ ନାଗରିକଙ୍କ ପ୍ରତି ବିଶେଷ କରି ସେମାନଙ୍କର ଶାରୀରିକ ଏବଂ ମାନସିକ ସୁସ୍ଥତା ପ୍ରତି ବିଶେଷ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି ବୋଲି ହୀରାଖଣ୍ଡ ନାଗରିକ ପରିଷଦର ଏକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ପରିଷଦର ସଭାପତି ଡ. ସୁରୁବାବୁ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଇନ୍ ହାଉସ୍ ଆଲୋଚନାଚକ୍ରରେ ଭାଗନେଇ ଉପସଭାପତି ଡା. ଜ୍ୟୋତିରଞ୍ଜନ ପଣ୍ଡା ତଥା ସର୍ବଶ୍ରୀ ରତ୍ନଭୂଷଣ ପୁରୁଷେଠ, ଭାଗବତ ପ୍ରସାଦ ନନ୍ଦ, ଅରବିନ୍ଦ ମହାପାତ୍ର, ନନ୍ଦ କିଶୋର ଦେବତା, ବିପିନ ବିହାରୀ ପଟ୍ଟନାୟକ, ସଦାନନ୍ଦ ସୋନବର୍ଷା, ପ୍ର. ଶଙ୍କର ପ୍ରସାଦ ପତି, ଡ. ବିଭୂତି ଭୂଷଣ ମିଶ୍ର, ଯୋଗେଶ ପ୍ରସାଦ ହୋତା, ଡା. ନାରାୟଣୀ ପଣ୍ଡା, ଡା. ବିନୋଦ ବିହାରୀ ନାୟକ, ଡା. ଜୟଦେବ ମେହେର ପ୍ରମୁଖ କହିଲେ ଯେ, ସହର ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କ ପ୍ରତି ମଧ୍ୟ ସମାଜ ଏବଂ ବ୍ୟବସ୍ଥା ଯତ୍ନବାନ ହେବା ଆବଶ୍ୟକ। ବର୍ତ୍ତମାନର ସାମାଜିକ ବ୍ୟବସ୍ଥାରେ ସ୍ଖଳନ ଏବଂ ବରିଷ୍ଠ ନାଗରିକ ମାନଙ୍କର କ୍ରମବର୍ଦ୍ଧିଷ୍ଣୁ ସମସ୍ୟା ଦୃଷ୍ଟିରୁ କାଉନସେଲିଂ କେନ୍ଦ୍ରଗୁଡ଼ିକ ଖୋଲିବାର ଆବଶ୍ୟକତା ଅଛି। ଡାକ୍ତରଖାନା ଏବଂ ରେଳଷ୍ଟେସନ ଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ରହିବା ସହିତ ଗ୍ରାମାଞ୍ଚଳରେ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା ରହିବା ଉଚିତ। ଆୟୁଷ୍ମାନ ଭାରତ ଯୋଜନା କେବଳ ବିପିଏଲ ନାଗରିକଙ୍କ ପାଇଁ ନ ହୋଇ ସାର୍ବଜନୀନ ହେବା ଆବଶ୍ୟକ। ବର୍ତ୍ତମାନର ପରିବର୍ତ୍ତନଶୀଳ ସାମାଜିକ ବ୍ୟବସ୍ଥାରେ ବରିଷ୍ଠ ନାଗରିକ ମାନେ ସବୁଠାରୁ ଅଧିକ ବଳି ପଡ଼ୁଛନ୍ତି। ନିସଙ୍ଗ ଜୀବନଯାପନ ଯୋଗୁଁ ଦୁଶ୍ଚିନ୍ତା ଓ ରୋଗଗ୍ରସ୍ତ ଜୀବନ ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଅଧିକରୁ ଅଧିକ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ, ହାସ୍ୟ କ୍ଲବ, ଯୋଗ ଓ ପ୍ରାଣାୟାମ ସଂଗଠନ ଆଦି ଗଢ଼ି ତୋଳାଇବା ଏକାନ୍ତ ଆବଶ୍ୟକ। ଶେଷରେ ପରିଷଦର ଅତିରିକ୍ତ ସଚିବ ନିର୍ମଳ କୁମାର ମାଇତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.