ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ର ବରିଷ୍ଠ ଆଇନଜୀବୀ, ସରକାରୀ ଓକିଲ, ଭଦ୍ରକ ଓକିଲ ସଂଘ ର ପ୍ରାକ୍ତନ ସଭାପତି ତଥା ଭଦ୍ରକ ର ପ୍ରତିଷ୍ଠିତ ଓକିଲ ସ୍ୱର୍ଗତ ଚିନ୍ତାମଣି ମହାନ୍ତିଙ୍କ ଦ୍ୱିତୀୟ ପୁତ୍ର ତଥା ପ୍ରାକ୍ତନ ନଗରପାଳ ମାନସ କୁମାର ମହାନ୍ତିଙ୍କ ବଡ଼ଭାଇ ସ୍ୱର୍ଗତ ବସନ୍ତ କୁମାର ମହାନ୍ତିଙ୍କ ଏକାଦଶାହ କ୍ରିୟା ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରୀପୋଖରୀ ର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌର ପରିଷଦ ର ଅଧ୍ୟକ୍ଷା ଗୁଲମକ୍କି ହବିବ, ଓକିଲ ସଂଘର ସଭାପତି ବସନ୍ତ ଦାସ, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ପବନ ଶର୍ମା, ଦିବ୍ୟସିଂହ ନାୟକ, ପର୍ଶୁରାମ ଦ୍ୱିବେଦୀ, ରାଧା ଦାସ, ଯତିକାନ୍ତ ନାୟକ, ରାଜେନ୍ଦ୍ର ଦାସ, କଲ୍ୟାଣ ଦାସ, ଶରତ ଦାସ, ତୁଷାର ଦାସ, ସନ୍ତୋଷ ନାୟକ, ସନ୍ତୋଷ ଆଚାର୍ଯ୍ୟ, ମନୋରଂଜନ ଦାସ, ଅତିଶ ବେହେରା, ରବିନ୍ଦ୍ର କୁମାର ରାୟ, ପବନ ଶର୍ମା ଗଦାଧର ବଳ, ନିତ୍ୟାନନ୍ଦ ଦାସ, ବନମାଳୀ ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରୀ ନାଥ, ପୂର୍ବତନ ସାଂସଦ ମଙ୍ଗରାଜ ମଲ୍ଲିକ, ଡାକ୍ତର ସଂଗୀତା ବଳ, ଅରୁଣ ଚାନ୍ଦ, ତଥାସ୍ତୁ ସୁନ୍ଦର ପଣ୍ଡା, ରବି ରାୟ, ନନ୍ଦଲାଲ ପଟ୍ଟନାୟକ, ବିଜନ ଜେନା, ବିଷ୍ଣୁ ମହାପାତ୍ର, ତ୍ୟାଗଭୂମିର ସଭାପତି ଅଜୟ ନାୟକ ଯୋଗଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।