ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ଏମିତି କିଛି ଯୋଗଜନ୍ମା ସୁପୁରୁଷ ଜନ୍ମ ହୋଇଥାନ୍ତି, ଯେଉଁମାନଙ୍କ ନମ୍ର ଆଚରଣ ଓ ଉଚ୍ଚାରଣ ତାଙ୍କୁ ଶ୍ରଦ୍ଧାଭାଜନର ଅଧିକାରୀ କରାଇଥାଏ। ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଲେ ଭଦ୍ରକ ଜିଲାର ବରିଷ୍ଠ ଆଇନ୍ଜୀବୀ ସ୍ୱର୍ଗତଃ ଗୋଲକ ପ୍ରସାଦ ରାୟଙ୍କ ଜ୍ୟେଷ୍ଠପୁତ୍ର ତଥା ସୁନାମଧନ୍ୟ ଦେୱାନୀ ଆଇନ୍ଜୀବୀ ପ୍ରଫୁଲ୍ଲ କୁମାର ରାୟ। ତାଙ୍କର ଅକାଳ ବିୟୋଗ ଜନିତ ସ୍ମୃତିଚାରଣ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏହିକଥା କହିଛନ୍ତି। ୰ ରାୟଙ୍କ ସଂପର୍କୀୟ କନିଷ୍ଠ ଭ୍ରାତା ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଓ ଭଦ୍ରକର ବରିଷ୍ଠ ଆଇନ୍ଜୀବୀ ଦିବ୍ୟସିଂହ ନାୟକଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ସ୍ମୃତିଚାରଣ ସଭା ତାଙ୍କର ସହରର ମହତାବଛକ ସ୍ଥିତ ବୁଦ୍ଧବିହାର ‘ସତ୍ୟଭାମା ନିବାସ’ ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଭଦ୍ରକର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଉତ୍କଳ ହସ୍ପିଟାଲର ନିର୍ଦ୍ଦେଶକ ଇଂ ପ୍ରଜ୍ଞାରଂଜନ ଘଡେଇ, ଭଦ୍ରକ ଓକିଲ ସଂଘର ସଭାପତି ବସନ୍ତ ଦାସ, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ଆଇନ୍ଜୀବୀ ପର୍ଶୁରାମ ଦ୍ୱିବେଦୀ, ପବନ ଶର୍ମା, ନିତ୍ୟାନନ୍ଦ ଦାସ, ସନ୍ତୋଷ କୁମା ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ପାଢୀ, ନାରାୟଣ ପ୍ରସାଦ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ପାଢୀ, ମନୋରଂଜନ ଦାସ, ପ୍ରଫେସର ଚିନ୍ତାମଣି ରାଉତ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ଆଇନ୍ଜୀବୀ ପ୍ରମୋଦ କୁମାର ରାଉତରାୟ, ଗଦାଧର ବଳ, ଅତିଶ ବେହେରା, ୰ ରାୟଙ୍କ କନିଷ୍ଠ ଭ୍ରାତା ତଥା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ ରାୟ, ଆଇନ୍ଜୀବୀ ଅରୁଣ କୁମାର ଚାନ୍ଦ, ରାଜକିଶୋର ଦାସ, କରୁଣାକର ଦାସ, ଚିତରଂଜନ ନାଥ, ବିଷ୍ଣୁମୋହନ ମହାପାତ୍ର, ରଘୁନାଥ ସାହୁ, ନିକୁଂଜକୃଷ୍ଣ ପୁହାଣ ପ୍ରମୁଖ ଏହି ସଭାରେ ଯୋଗଦେଇ ସ୍ୱର୍ଗତଃ ରାୟ କିଭଳି ଜଣେ ନିଷ୍ଠାପର ଓ ସଚ୍ଚୋଟ ଆଇନ୍ଜୀବୀ ଥାଇ ବିଚାରପତିଙ୍କ ଠାରୁ ଆରମ୍ଭ କରି ଆଇନ୍ଜୀବୀ ଓ ମହକିଲଙ୍କ ସହିତ ନମ୍ର ବ୍ୟବହାର କରୁଥିଲେ, ତାହା ବିରଳ ବୋଲି କହିଥିଲେ।