Home ଜିଲ୍ଲା ପରିକ୍ରମା ବରିଷ୍ଠଙ୍କ ଆର୍ଶିବାଦ ଆଗକୁ ବଢିବାର ବାଟ ଦେଖାଏ-ବିଧାୟକ

ବରିଷ୍ଠଙ୍କ ଆର୍ଶିବାଦ ଆଗକୁ ବଢିବାର ବାଟ ଦେଖାଏ-ବିଧାୟକ

20

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ରାନ୍ଦିଆଠାରେ ଥିବା ପଶ୍ଚିମ ଭଦ୍ରକ ବରିଷ୍ଠ ନାଗରିକ ପରିଷଦର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗଦେଇ କହିଲେ, ବରିଷ୍ଠଙ୍କ ଆର୍ଶିବାଦ ସମାଜକୁ ଆଗକୁ ବଢିବା ନେଇ ବାଟ ଦେଖାଏ । ସେମାନଙ୍କ ଭିତରେ ଅନେକ ଅଭିଜ୍ଞତା ଭରି ରହିଛି, ଏହାକୁ ପୁଞ୍ଜି କରି ସମାଜ ହିତରେ ଲଗାଇ ପାରିଲେ ବିକଶିତ ଭାରତ ଗଠନ ସ୍ୱପ୍ନ ସାକାର ହୋଇ ପାରିବ । ଏଥି ସହ ଆଗାମୀ ଦିନରେ ସଂଘ ପକ୍ଷରୁ ନିଆଯାଉଥିବା ସ୍ୱାସ୍ଥ୍ୟ ସେବା, ବରିଷ୍ଠଙ୍କୁ ନ୍ୟାୟ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ଆହ୍ୱାନ ଜଣାଇଥିବା ବେଳେ ସହଯୋଗ ଜାରି ରହିବ ବୋଲି ସେ କହିଥିଲେ । ପରିଷଦର ସଭାପତି ଆନନ୍ଦ ଚନ୍ଦ୍ର ଦିକ୍ଷିତ୍‌, କାର୍ଯ୍ୟକାରୀ ସଭାପତି ପ୍ରମୋଦ ସ୍ୱାଇଁ, ବସନ୍ତ ମହାପାତ୍ର, ସଂପାଦକ ରାମଚନ୍ଦ୍ର ପଣ୍ଡା, କ୍ଷିରୋଦ ମହାପାତ୍ର ପ୍ରମୁଖ ସଂଘର କାର୍ଯ୍ୟାବଳୀ ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଦୋଳଗୋବିନ୍ଦ ଧଳ, ଜୟନ୍ତ ବାରିକ, କୃଷ୍ଣ ଚନ୍ଦ୍ର ରାଉଳ, ଜଗଦାନନ୍ଦ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.