ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ବିଜେପି ମହତାବ ମଣ୍ଡଳ ଅଧିନ ବରହମପୁର ଠାରେ ଆଜି ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ପୟୋଧର ବାରିକଙ୍କ ଆବାହକତ୍ୱରେ ବୈଠକକୁ ଆଇନ୍ଜିବୀ ଚିନ୍ମୟ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ କୁମାର ପରିଡା,ମିଡିଆ ସେଲ୍ ପ୍ରମୁଖ ବାବୁରାମ ବେହେରା, ବରିଷ୍ଠ କର୍ମୀ ସୁପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ରହି ବିଜେପିର ନିତୀ, ଆଦର୍ଶ ଓ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁ ଶାସନ ନେଇ ମାର୍ଗଦର୍ଶନ କରିଥିଲେ । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସମସ୍ତ କମିଟିକୁ ସକ୍ରିୟ କରିବା ନେଇ କୁହାଯାଇଥିଲା । ଏହି ଅବସରରେ ବୁଥ୍ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ପୂର୍ବତନ ନାଏବ୍ ସରପଂଚ ପୟୋଧର ବାରିକ,ଉପସଭାପତି ସୁପ୍ରକାଶ ଜେନା, ସମ୍ପାଦକ ଅନନ୍ତ ବାରିକ,ଲାଭାର୍ଥୀ ପ୍ରମୁଖ ନବକିଶୋର ବେହେରା, ପୃଷ୍ଟା ପ୍ରମୁଖ କୃପାସିନ୍ଧୁ ଘୋଷ, ୱାଟ୍ସଆପ୍ ପ୍ରମୁଖ ଶ୍ରୀତମ ବାରିକ, ମନକିବାତ୍ ପ୍ରମୁଖ ଶିକ୍ଷାବିତ୍ ରଘୁନାଥ ପୁହାଣ, ରବିନ୍ଦ୍ର ମାଝୀ, ମନୋଜ କୁମାର ଦାସ, ରେବତୀ ଶଙ୍ଖୁଆ, ତାରାମଣି ବାରିକ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୫୦ ରୁ ଉର୍ଦ୍ଧ ଦଳରେ ସାମିଲ୍ ହୋଇଥିଲେ ।








