Home ଜିଲ୍ଲା ପରିକ୍ରମା ବରଯାତ୍ରୀ ଫେରୁଥିବା ବେଳେ ଅଘଟଣ, ବାଇକ୍‌କୁ ଧକା ଦେଲା ହାଇୱା, ଦୁଇ ଭାଇ ଆହତ

ବରଯାତ୍ରୀ ଫେରୁଥିବା ବେଳେ ଅଘଟଣ, ବାଇକ୍‌କୁ ଧକା ଦେଲା ହାଇୱା, ଦୁଇ ଭାଇ ଆହତ

8

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ରେ ମଙ୍ଗଳବାର ଦିନ ୩ ଟା ସମୟ ରେ ବାରିକପୁର ନିକଟରେ ଏକ ବାଇକ୍ କୁ ହାଇୱା ଧକ୍କା ଦେବାରୁ ବାଇକ ରେ ଥିବା ଦୁଇ ଭାଇ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଥାଉକି ଦୋବଲ ପଂଚାୟତ ଇଟୁଆ ଗ୍ରାମ ର କେଶବ ଚନ୍ଦ୍ର ନାୟକ (୪୭ ବର୍ଷ) ଓ ରାଜେନ୍ଦ୍ର ନାୟକ (୩୭ ବର୍ଷ) ଏକ ବିବାହ ଉତ୍ସବ ରେ ଯୋଗଦେଇ ବାସୁଦେବପୁର ଇଚ୍ଛାପୁର ରୁ ବାଇକ ରେ ଫେରୁଥିବା ସମୟ ରେ ବାରିକପୂର ନିକଟରେ ଏକ ହାଇୱା ବାଇକ କୁ ଧକ୍କା ଦେଇଥିଲା।ଏଥିରେ କେଶବ ଓ ରାଜେନ୍ଦ୍ର ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.