ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର ଯାତ୍ରୀ ପ୍ରୋସେସନରେ ମହିଳାମାନେ ଯୁବକଙ୍କ ସହିତ ମିଶି ନୃତ୍ୟ କରିବାକୁ ମନା କରିବାରୁ ଯୁବକମାନେ ଉନ୍ମୁକ୍ତ କାଣ୍ଡ ଘଟାଇଛନ୍ତି। କନ୍ୟା ଘରୁ ଫେରିବା ବାଟରେ ଗାଡି ଅଟକାଇ କଲେ ସଙ୍ଘ ବଦ୍ଧ ଆକ୍ରମଣ ଓ ଖରାପ ବ୍ୟବହାର। କେବଳ ସେତିକି ନୁହେଁ ସେମାନଙ୍କ ସୁନା ଚେନ କୁ ମଧ୍ୟ ଟାଣି ଗୋଟାରୀ ନେଇ ଫେରାର ହୋଇ ଯାଇଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଡଗରପଡା ଅଂଚଳରେ। ଏହି ଗ୍ରାମର କେତେକ ମହିଳା ତାଙ୍କ ସମ୍ପର୍କୀୟଙ୍କ ବାହାଘର ପାଇଁ ପିରିପୁର ଯାଇଥିଲେ। ସେଠାରୁ ସେମାନେ ବର ଯାତ୍ରୀ ହୋଇ ଧାମନଗର ଥାନା ସୋଧ ଗ୍ରାମକୁ ଯାଇଥିଲେ। ତେବେ ଗତ କାଲି ରାତିରେ ବର ପ୍ରସେସନ ରେ ଯାଉଥିଲା ବେଳେ ପ୍ରସେସନ ରେ ସାମିଲ ଥିବା ଡଗର ପଡା ଅଂଚଳ ର କେତେକ ଯୁବକ ସେଠାରେ ଉପସ୍ଥିତ ଥିବା ମହିଳା ଓ ଯୁବତୀ ମାନଙ୍କୁ ସେମାନଙ୍କ ସହିତ ନାଚିବା ପାଇଁ ଡାକିଥିଲେ। ତେବେ ମହିଳା ମାନଙ୍କୁ ନାଚିବା ପାଇଁ ତାଙ୍କ ସମ୍ପର୍କୀୟ ମାନେ ମନା କଲେ।ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ମାନେ ବର ଯାତ୍ରୀ ପ୍ରସେସନ ରୂ ପଳାଇ ଆସି ତାଙ୍କ ଗାଁ ପାଖ ରାସ୍ତାରେ ବାଉଁଶ ବାନ୍ଧି ଜଗି ରହିଥିଲେ। ଭୋର ସମୟ ରେ ସେହି ମହିଳା ମାନେ ନିଜ ସମ୍ପର୍କୀୟ ଙ୍କ ଘରକୁ ଫେରୁଥିବା ବେଳେ ସେମାନଙ୍କ ଗାଡି କୁ ଅଟକାଇ ଗାଡ଼ିରେ ଥିବା ପୁରୁଷ ଓ ମହିଳା ମାନଙ୍କୁ ଆକ୍ରମଣ ସହିତ ଖରାପ ବ୍ୟବହାର କରି ସେମାନଙ୍କ ସୁନା ହାର କୁ ଛିଣ୍ଡାଇ ନେଇ ଥିଲେ। ତେବେ ଖବର ପୋଲିସ ସେଠାରେ ପହଂହିଲା ବେଳକୁ ସେହି ଯୁବକ ମାନେ ଫେରାର ହୋଇ ଯାଇଥିଲେ। ପରେ ଆକ୍ରମଣ ର ଶିକାର ମହିଳା ମାନେ ଭଣ୍ଡାରିପୋଖରୀ ଥାନା କୁ ଯାଇ ଏ ସମ୍ପର୍କ ରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Home ଜିଲ୍ଲା ପରିକ୍ରମା ବରଯାତ୍ରୀ ପ୍ରୋସେସନରେ ମହିଳାମାନେ ଯୁବକଙ୍କ ସହ ନାଚିବାକୁ ମନା କରିବାରୁ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ








