Home ଜିଲ୍ଲା ପରିକ୍ରମା ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ସଭାପତି ଇଂ ପ୍ରୟାସ ସାମଲଙ୍କୁ କ୍ଲିନ୍ ଚିଟ୍,ବହୁ ଚର୍ଚ୍ଚିତ ଉଚ୍ଚ ନ୍ୟାୟାଳୟ...

ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ସଭାପତି ଇଂ ପ୍ରୟାସ ସାମଲଙ୍କୁ କ୍ଲିନ୍ ଚିଟ୍,ବହୁ ଚର୍ଚ୍ଚିତ ଉଚ୍ଚ ନ୍ୟାୟାଳୟ ମାମଲାର ଘଟିଲା ଅନ୍ତ, ବିରୋଧୀଙ୍କୁ ଝଟକା

11
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦାରେ ଥିବା ଭଦ୍ରକ ଯାନ୍ତ୍ରିକ ମହାବିଦ୍ୟାଳୟ ମାମଲାର ଘଟିଛି ଅନ୍ତ। ଏହି ମହାବିଦ୍ୟାଳୟର ସଭାପତି ଇଂଜିନିୟର ପ୍ରୟାସକାନ୍ତି ସାମଲଙ୍କ ନାମରେ ୨୦୧୬ ମସିହାରୁ ଚାଲିଥିବା ମାମଲାରେ ତାଙ୍କୁ ମିଳିଛି କ୍ଲିନ୍ ଚିଟ୍‌। ଏବଂ ବିରୋଧୀଙ୍କୁ ଲାଗିଛି ଶକ୍ତ ଧକ୍କା। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନିୟମିତତା ନେଇ ଇଂଜିନିୟର ଶ୍ରୀ ସାମଲଙ୍କ ବିରୁଦ୍ଧରେ ଏହି ମହାବିଦ୍ୟାଳୟର କେତେକ ନ୍ୟସ୍ତ ସ୍ୱାର୍ଥ ସଂପନ୍ନ କୁଚକ୍ରୀ ଗୋଷ୍ଠୀ ୨୦୧୬ ମସିହାରୁ ଉଚ୍ଚ ନ୍ୟାୟାଳୟରେ ମିଥ୍ୟା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲେ। ଏହାର ଅଭିଯୋଗର ଶୁଣାଣି ତଳ କୋର୍ଟରେ ହେବା ନେଇ ମାନ୍ୟବର ଅଦାଲତ ଆଦେଶ ଦେଇଥିଲେ। ଶିକ୍ଷାନୁଷ୍ଠାନ ଭଳି ମନ୍ଦିରର ଯାହାକିଛି ସମସ୍ୟା ଅଛି, ତାହା ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି କରିବାକୁ ଉଚ୍ଚ ନ୍ୟାୟାଳୟର ବିଚାରପତି ତାଙ୍କ ରାୟରେ ଦର୍ଶାଇଥିଲେ। ସେହି ମାମଲା ଭଦ୍ରକ ଏସ୍‌ଡିଜେଏମ୍ କୋର୍ଟରେ ଶୁଣାଣି ସମୟରେ ଅଭିଯୋଗକାରୀମାନେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ରଖିନପାରିବା ସହ ଅନୁପସ୍ଥିତ ରହିବାରୁ ଏହି ମାମଲାକୁ ଆଉ ଆଗକୁ ବଢାନଯାଉ ବୋଲି ଜାତୀୟ ଲୋକ ଅଦାଲତ ତାଙ୍କ ରାୟ ଶୁଣାଇଥିଲେ। ଫଳରେ ଦୀର୍ଘବର୍ଷ ଧରି ଆଗତ ହୋଇଥିବା ବିବାଦର ଘଟିଛି ଅବସାନ। ବିଶେଷକରି ଅଭିଯୋଗକାରୀମାନେ ନିୟମିତ ଅନୁପସ୍ଥିତ ରହିବାରୁ ମାନ୍ୟବର ଅଦାଲତ ମାମଲାକୁ ଶେଷ କରିଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଆର୍ଥିକ ଅନିୟମିତତା ମାମଲା ଆଉ ଆଗକୁ ବଢିବନି ବୋଲି ବରପଦା ସ୍କୁଲ ଅଫ୍ ଇଂଜିନିୟରିଂ ସୋସାଇଟିର ସଭାପତି ଶ୍ରୀ ସାମଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଏହି ଶିକ୍ଷାନୁଷ୍ଠାନକୁ ଲାଗି ରହିଥିବା ୨୬ ଏକର ଜମିରେ ଭଦ୍ରକ ଜିଲାବାସୀଙ୍କର ଦୀର୍ଘଦିନର ଦାବି ଭଦ୍ରକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଇଂଜିନିୟର ଶ୍ରୀ ସାମଲ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଇତିମଧ୍ୟରେ କାର୍ଯ୍ୟକାରୀ ହୋଇଛି। ଆଜି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଜିଲାପାଳ କ୍ଷେତ୍ରୀୟ ପରିଦର୍ଶନ କରି ଏକ ବ୍ଲୁ ପ୍ରିଂଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ବୋଲି ଇଂ ସାମଲ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ସବୁଜ ସଂକେତ ପ୍ରଦାନ କରିଛନ୍ତି। ଏବଂ ଉପରୋକ୍ତ ମାମଲାରେ ମନ୍ଦିର ତୁଲ୍ୟ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ବ୍ୟକ୍ତିମାନେ ଯଦି ସେମାନଙ୍କର ନୀତି ନବଦଳାନ୍ତି, ତେବେ ସେମାନଙ୍କ ପ୍ରତି ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୋସାଇଟିର ସଦସ୍ୟ ମନୋଜ କୁମାର ଗୋସ୍ୱାମୀ, ପ୍ରବୀର କୁମାର ଜେନା ଓ ଇଂ ପ୍ରିୟବ୍ରତ ନାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.