ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଚଳିତ ଶିକ୍ଷାବର୍ଷ ୨୦୨୫ / ୨୬ ରେ ବିଭିନ୍ୟ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଶ୍ୱ ବିଦ୍ୟାଳୟ ଅଧୀନରେ ଓଡ଼ିଶାର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶାର ବିଭିନ୍ୟ ପ୍ରାନ୍ତରରେ ଜୋନ ଅନୁସାରେ ବିଭିନ୍ୟ ସ୍ଥାନରେ ପ୍ରତିଯୋଗିତା କରାଯାଇଥିଲା । ବରପଦା ଇଂଜିନିୟର କଲେଜ ଭଦ୍ରକ , ବାଲେଶ୍ୱର ଜୋନରେ ବେଡ଼ମିନଟନ ସିଙ୍ଗଲରେ (ବିଟେକ) ତୃତୀୟ ବର୍ଷ ଛାତ୍ରୀ ଅଙ୍କିତା ଦାସଙ୍କୁ ଆଇ.ଟି ଜୋନ ବିଜେତା ଭାବେ ଘୋଷିତ ହୋଇଛନ୍ତି । ବରପଦା ଇଂଜିନିୟର କଲେଜର ଖେଳ ଶିକ୍ଷକ ଏସ. କେ. ନାସିର ଅଲ୍ଲୀଙ୍କ ତତବଧନାରେ କଲେଜର କ୍ରୀଡ଼ାବିତ ମାନେ ବିଭିନ୍ୟ ଖେଳ ବିଭାଗରେ ଅଂଶ ଗ୍ରହଣ କରୁଛନ୍ତି । ଅଙ୍କିତା ଦାସଙ୍କ ସଫଳତା ପାଇଁ କଲେଜର ସଭାପତି ପ୍ରୟାସକାନ୍ତ ସାମଲ , ସମ୍ପାଦକ ମିହିର ମହାନ୍ତି, ଆଇଟିର ଅଧକ୍ଷ ଡ଼. ଦିଲୀପ କୁମାର ସାହୁ ଏବଂ ବିଏମ.ଇ.ଟିର ଅଧକ୍ଷ ଗଙ୍ଗାଧର ଧଳ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ତାର ଭବିଷ୍ୟତ ଉଜ୍ଜଳ ପାଇଁ କାମନା କରିଛନ୍ତି ।








