ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ଇଂଜିନିୟରିଂ କଲେଜର ଡି.ପି.ଏଲ-୨୦୨୬ କ୍ରିକେଟ ଟୁର୍ଣ୍ଣାମେଂଟ ୨୦୨୬ ମାର୍ଚ୍ଚ ୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ରେ ଉଦ୍ଯାପନ କରାଯାଇଅଛି । ବି.ଏସ.ଇ.ଟି. ସୋସାଇଟିର ବିଭିନ୍ନ ବିଭାଗର ୮ଟି ଟିମ୍ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇଥିଲେ। ଉଦ୍ଘାଟନ ଦିବସରେ ବି.ଆଇ.ଇ.ଟି ର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ର. ଡି.କେ ସାହୁ, ଡିପ୍ଲୋମାର ଅଧ୍ୟକ୍ଷ ଡ. ପ୍ର. ଗଙ୍ଗାଧର ଧଳ ଏବଂ ଏମ.ବି.ଏ ର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ପ୍ର. ପି.ପି. ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଉଦ୍ଘାଟନ କରିବାପରେ ଖେଳ ଆରମ୍ଭ କରାଯାଇଥିଲା। ସମସ୍ତ ମ୍ୟାଚ ଗୁଡିକର ଅମ୍ପିୟର ରମେଶ ମଲ୍ଲିକ, ଅକ୍ଷୟ ସେଠୀ ଏବଂ ମ୍ୟାଚ ରେଫ୍ରୀ ସୁଦାମ କୁମାର ନାୟକଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା। ଏହି ଟୁର୍ଣ୍ଣର୍ାମେଂଟକୁ ସୂଚାରୁ ରୂପେ ଏବଂ ଶୃଙ୍ଖଳାଗତ ଭାବେ ପରିଚାଳନାରେ କ୍ରୀଡା ବିଭାଗ ଦାୟିତ୍ୱରେ ଥିବା ପ୍ରଫେସର ଇନ୍ଚାର୍ଜ ଡ. ଜ୍ଞାନେନ୍ଦ୍ର କୁମାର ପଣ୍ଡା, ସହକାରୀ ପ୍ରଫେସର ଇନ୍ଚାର୍ଜ ଇଂ. ମନୋଜ କୁମାର ବରାଳ, ଉକ୍ତ କଲେଜର ପି.ଇ.ଟି. ସେକ୍ ନାସିର ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ। ଉଦ୍ଯାପନ ଦିବସରେ ବି.ଆଇ.ଟି.ର ଭାରପ୍ରାପ୍ତ ଅଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଟ୍ରଫି ସିଭିଲ ବିଭାଗ(ବି.ଟେ.କ) ଏବଂ ରନସ୍ଅଫ ଟ୍ରଫି ମେକାନିକାଲ ବିଭାଗ (ବି.ଟେ.କ)ର ପିଲାମାନଙ୍କୁ ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚରେ ସୌମ୍ୟରଂଜନ ସାମଲଙ୍କୁ ମେନ୍ଅଫ୍ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଂଟ ଶେଷ ଦିନରେ ଲେଡି ପି.ଇ.ଟି. ଶୁଭଶ୍ରୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବାଳିକାମାନଙ୍କର ଏକ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା କରାଇଯାଇଥିଲା। ଏଥିରେ ଲଭ୍ଲି ଗୋଇପାଇ(ଡିପ୍ଲୋମା ତୃତୀୟ ବର୍ଷ ସିଭିଲ) ୧ମ ସ୍ଥାନ, ଶ୍ରାବଣି ଯେନା (ବି.ଟେ.କ, ତୃତୀୟ ବର୍ଷ କମ୍ପ୍ୟୁଟର ସାଇନ୍ସ) ୨ୟ ସ୍ଥାନ ଏବଂ ସ୍ନିଗ୍ଧାରାଣୀ ମହାପାତ୍ର (ଡିପ୍ଲୋମା ତୃତୀୟ ବର୍ଷ କମ୍ପ୍ୟୁଟର ସାଇନ୍ସ) ୩ୟ ସ୍ଥାନ ଅଧିକାର କରି ମୁଖ୍ୟଅତିଥିଙ୍କ ପାଖରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଖେଳକୁ ସଫଳ ରୂପାୟନ ଦେବାପାଇଁ ପଡିଆରେ ଦୀର୍ଘ ୩ଦିନ ଧରି ସବୁ ବିଭାଗର ଏଚ.ଓଡି ଏବଂ ସମସ୍ତ କର୍ମଚାରୀ ଓ ସବୁ ବିଭାଗର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।





