Home ଜିଲ୍ଲା ପରିକ୍ରମା ବରଡେଶ୍ୱର ମଣ୍ଡଳରେ ପରାକ୍ରମ ଶୋଭାଯାତ୍ରା

ବରଡେଶ୍ୱର ମଣ୍ଡଳରେ ପରାକ୍ରମ ଶୋଭାଯାତ୍ରା

15

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସେନାର ଅପରେସନ୍ ସିନ୍ଦୁର ସଫଳ ହୋଇଥିବା ବେଳେ ସାହାସୀ ଯବାନଙ୍କ ମନୋବଳ ବୃଦ୍ଧି ଲକ୍ଷ୍ୟରେ ବିଜେପି ପକ୍ଷରୁ ଆରମ୍ଭ କରାଯାଇଛି ତ୍ରିରଙ୍ଗା ଶୋଭାଯାତ୍ରା । ଏହି ପରିପ୍ରେକ୍ଷୀରେ ଆଜି ବନ୍ତ ବ୍ଲକ କେନ୍ଦୁଆପଦା ବରଡେଶ୍ୱର ମଣ୍ଡଳ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନାଙ୍କ ଆବାହକତ୍ୱରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକ ଉପସ୍ଥିତ ରହି ଭାରତୀୟ ଯବାନଙ୍କ ପରାକ୍ରମ ପାଇଁ ଆଜି ସାରା ବିଶ୍ୱରେ ଆମେ ଗର୍ବିତ ବୋଲି କର୍ମୀ ମାନଙ୍କୁ ସମ୍ୟକ୍ ମାର୍ଗଦର୍ଶନ କରିଥିବା ବେଳେ ମୃତକଙ୍କ ପରିବାରକୁ ଆମ ସମସ୍ତଙ୍କର ସମବେଦନା ରହିବା ଉଚିତ୍ ବୋଲି କହିଥିଲେ । ପରେ ଶହ ଶହ ଦଳୀୟ କର୍ମୀ ଡାକବାଜୀ ଯନ୍ତ୍ର ଯୋଗେ ବିଭିନ୍ନ ସ୍ଲୋଗାନ୍ ଦେଇ ମଥାରେ ପଟି ଓ ଜାତୀୟ ପତାକା ଧରି ଗୋବିନ୍ଦପୁର ପଞ୍ଚାୟତସ୍ଥ ଅଣ୍ଡିଆଶୁଣୀ ଠାକୁରାଣୀଙ୍କ ପୀଠରୁ ଶୋଭାଯାତ୍ରାରେ ବାହାରି ସେଣ୍ଢତୀରା ବଜାର ,ନିଳୋକ ଗ୍ରାମ,ପଧାନପଡା ପଂଚାୟତ ହୋଇ ବନ୍ତ ବଜାରରେ ସମାପ୍ତ ହୋଇଥିଲା । ପୂର୍ବତନ ସରପଂଚ ମନୋଜ ବିଶ୍ୱାଳ, ପୂର୍ବତନ ସମିତିସଭ୍ୟ ରବିନ୍ଦ୍ର ଧଳ, ଡା.ପ୍ରଶାନ୍ତ କୁମାର ଖଟୁଆ,ମାଧବାନନ୍ଦ ବିଶ୍ୱାଳ, ହରେକୃଷ୍ଣ ସେନାପତି, ସୁଦିପ୍ତ ଖିଲାର, ମାନସରଞ୍ଜନ ରାଉତ୍‌, ଜ୍ଞାନେନ୍ଦ୍ର ସ୍ୱାଇଁ , ଭାସ୍କର ସେନାପତି, ଶଶିକାନ୍ତ ଜେନା, ପଦ୍ମଲୋଚନ ପାତ୍ର, କମଳାକାନ୍ତ ସାହୁ ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.