Home ଜିଲ୍ଲା ପରିକ୍ରମା ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଜାବ୍ ର ଆଲୋଚନା

ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଜାବ୍ ର ଆଲୋଚନା

113

ବରଗଡ଼ ୧୪ ଅଗଷ୍ଟ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) ବରଗଡ଼ ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ସମସ୍ୟା ଓ ତାର କିପରି ସମାଧାନ ହୋଇପାରିବ ସେ ସମ୍ପର୍କରେ ଆଜି ଜର୍ନାଲିଷ୍ଟ ଏସୋସିଏସନ ଅଫ ବରଗଡ଼ (ଜାବ୍ )ସଭାପତି ରବିନାରାୟଣ ପଣ୍ଡା ଙ୍କ ନେତୃରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ହୀରଣ୍ମୟ ପ୍ରସାଦ ଚାନ୍ଦ ଙ୍କ ସହ ଆଲୋଚନା କରିଥିଲେ।ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ରେ ଶ୍ରେଣୀ ମାନଙ୍କରେ ଅଧିକ ସେକ୍ସନ ବୃଦ୍ଧି, ସ୍କୁଲ ରେ ସ୍ମାର୍ଟ କ୍ଳାସ ସଂଖ୍ୟା ଓ ସ୍ମାର୍ଟ ଲ୍ୟାବ ସଂଖ୍ୟା ବୃଦ୍ଧି, ଖେଳ ପଡିଆ ର ଉନ୍ନତି କରଣ, ଶ୍ରେଣୀ କୋଠରୀ ସଂଖ୍ୟା ବୃଦ୍ଧି, ଷ୍ଟାଫ କ୍ୱାର୍ଟର ନିର୍ମାଣ, ମ୍ୟୁଜିକ କ୍ଳାସ ପାଇଁ ସ୍ୱତନ୍ତ୍ର କୋଠରୀ ଓ ବିଦ୍ୟାଳୟ ର ଦ୍ଵିତୀୟ ଗେଟ ତିଆରି ରେ ରହିଥିବା ପ୍ରତିବନ୍ଧକ ସମ୍ପର୍କରେ ଜାବ୍ ର ସଦସ୍ୟ ମାନେ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରିଥିଲେ।ଇଣ୍ଟର ସ୍କୁଲ ସ୍ପୋର୍ଟସ ଇଭେଣ୍ଟ ମାନଙ୍କରେ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଅଂଶ ଗ୍ରହଣ ଆଶାନୁରୂପ ନ ଥିବା ନେଇ ଜାବ୍ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ।ପରସ୍ପର ସହଭାଗିତା ଓ ସମନ୍ୱୟ ଦ୍ୱାରା ହିଁ କେନ୍ଦ୍ରୀୟ ବିଦ୍ୟାଳୟ ର ଉନ୍ନତି ହୋଇପାରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଚାନ୍ଦ ଅଶାବ୍ୟକ୍ତ କରିବା ସହ ଖେଳ ପ୍ରତି ରୁଚି ରଖୁଥିବା ଛାତ୍ର ଛାତ୍ରୀ ଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଏହି ଆଲୋଚନା ସମୟରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ସ୍କୁଲ୍ ରେ ପହଞ୍ଚିବାରୁ ଜାବ ପ୍ରତିନିଧି ମଣ୍ଡଳୀ, ଶ୍ରୀ ଷଡ଼ଙ୍ଗୀ ଓ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ଚାନ୍ଦ ଙ୍କ ସହ ବରଗଡ଼ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଜାବ୍ ପକ୍ଷରୁ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଲିଖିତ ଅନୁରୋଧ କରି ଗତକାଲି ଦେଇଥିବା ସ୍ମାରକ ପତ୍ର ବିଷୟ ରେ ଉଲ୍ଲେଖ କରି ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ର ଯଥାର୍ଥତା ଓ ତାହା କ୍ରୀୟାନ୍ଵାୟନ୍ ନେଇ ଉଭୟ ଙ୍କ ଆଲୋଚନା କରିଥିଲେ।ବିଗତ କିଛି ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲାର ର ଜନସଂଖ୍ୟା ବୃଦ୍ଧି ପାଇବା ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ବ୍ୟାଙ୍କ, ରେଳବାଇ, ଇନ୍ସୁରାନ୍ସ ସେକ୍ଟର, ଏଫ ସି ଆଇ, ସି ଆର ପି ଏଫ, ବି ଏସ ଏନ୍ ଏଲ ଭଳି ସଂସ୍ଥା ରେ କାର୍ଯ୍ୟକରୁଥିବା କର୍ମଚାରୀ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ତେଣୁ ସେହି ଅନୁପାତ ରେ ବରଗଡ଼ ଜିଲ୍ଲା ରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ର ଆବଶ୍ୟକତା ରହିଛି ତେଣୁ ବରଗଡ଼ ବାସୀ ଙ୍କ ଏହି ଦାବି କୁ କେନ୍ଦ୍ରମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୂତନ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜାବ୍ ସଦସ୍ୟ ମାନେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କୁ ଅନୁରୋଧ କରିଥିଲେ।ଶ୍ରୀ ଷଡ଼ଙ୍ଗୀ ଖୁବ୍ ଶୀଘ୍ର ମାନ୍ୟବର ମନ୍ତ୍ରୀ ଙ୍କୁ ସାକ୍ଷାତ କରି ଏହି ବିଷୟ ରେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଆଜି ର ଏହି ଆଲୋଚନା ବେଳେ ଜାବ୍ ର ସଭାପତି ଙ୍କ ସମେତ ବରିଷ୍ଠ ସଦସ୍ୟ ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର, ବଦ୍ରୀ ପ୍ରସାଦ ସାହୁ, ସଚ୍ଚିଦାନନ୍ଦ ପାତ୍ର ଓ ରମଣୀ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.