Home ଓଡ଼ିଶା ବବିତା ଓ ମହାବୀର ଫୋଗଡ ବିଜେପିରେ ସାମିଲ

ବବିତା ଓ ମହାବୀର ଫୋଗଡ ବିଜେପିରେ ସାମିଲ

244

ଚଣ୍ଡୀଗଡ଼,୧୨ ।୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ) : ବିଜେପିରେ ସାମିଲ ହେଲେ ଅନ୍ତରାଷ୍ଟ୍ରୀୟ ରେସଲର ବବିତା ଫୋଗଟ ଓ ତାଙ୍କ ବାପା ତଥା ପ୍ରଖ୍ୟାତ କୁସ୍ତି କୋଚ ମହାବୀର ଫୋଗଟ । ଏହି ମିଶ୍ରଣ ପର୍ବରେ ହରିଆଣାର ବିଜେପିର ସାଧାରଣ ସମ୍ପାଦକ ଅନୀଲ ଜୈନ ଓ ରାଜ୍ୟ ମୁଖ୍ୟ ସୁଭାଷ ବଦାଲା ଉପସ୍ଥିତ ରହିଥିଲେ।

ଆଜି ଉଭୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ତେବେ ବବିତା ୨୦୧୪ ଓ ୨୦୧୮ର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ବବିତାଙ୍କ ଭଉଣୀ ଗୀତା ମଧ୍ୟ ଜଣେ ରେସଲର । ସେ ୨୦୧୦ରେ ପ୍ରଥମ ମହିଳା ରେସଲର ଭାବେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.