Home ଜିଲ୍ଲା ପରିକ୍ରମା ବନ ମହୋତ୍ସବରେ ଚାରା ରୋପଣ କାର୍ଯ୍ୟକ୍ରମ

ବନ ମହୋତ୍ସବରେ ଚାରା ରୋପଣ କାର୍ଯ୍ୟକ୍ରମ

70

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗରସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ୭୧ତମ ବନ ମହୋତ୍ସବ ସପ୍ତାହ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ଉଡାନ ପକ୍ଷରୁ ଚାରା ରୋପଣ କରାଯାଇଛି । ଏଥିରେ ଥାନା ଅଧିକାରୀ ରତିକାନ୍ତ ଗିରି, ରେଞ୍ଜର କୃଷଧ୍ୱଜ ସିଂ, ପୁଲିସ ଏସଆଇ ମୋତିଲାଲ ମାରାଣ୍ଡି, ଏଏସଆଇ ମହେଶ୍ୱର ପ୍ରଧାନ, ଫରେଷ୍ଟର ପ୍ରଶାନ୍ତ ଦାସ, ଉଡାନର ସଭ୍ୟ ଏସକେ ମହମ୍ମଦ ନିଆଜ, ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ । ଏକମାସ ମଧ୍ୟରେ ବ୍ଲକର ଶହେ ବିଦ୍ୟାଳୟ ପରିସରରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସଂଯୋଗକ ବିଜୟ ସାହୁ ସୂଚନା ଦେଇଥିଲେ । ସେହିପରି ଭଟ୍ଟସାହି ପଞ୍ଚାୟତ ଡିହକୂଳସାହି ଠାରୁ ବାମଦେବପୁର ରାସ୍ତା କଡରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ରେଞ୍ଜର କୃଷଧ୍ୱଜ ସିଂ, ବନପାଳ ପ୍ରଶାନ୍ତ ଦାସ, ସାମ୍ବାଦିକ କିଷାନ ରାଉତ ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.