Home ଓଡ଼ିଶା ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ହାତୀ ଖାଇଗଲେ ଧାନ

ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ହାତୀ ଖାଇଗଲେ ଧାନ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୧୦- ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ର ମୟୁରଝାଲିଆ ନିକଟ ବୋରବରଝର ଗୋଜିବନ୍ଧ ଅଂଚଳ ରେ ଗତ ଅକ୍ଟୋବର ୧୮ ତାରିଖ ରାତି୧୦ ସମୟରେ  ହାତୀ ଦଳ ପସି ଧାନ ଜମି ରେ ପ୍ରଭୁତ କ୍ଷୟକ୍ଷତି କରିଥିବା ଜଣାପଡିଛି । ଏକର ଏକର ଧାନକ୍ଷେତ ଖାଇ କୁଦି ନଷ୍ଟ କରିଦେଇଥିବା ଜଣାପଡିଛି । କ୍ଷତିଗ୍ରସ୍ତ ଚାଷୀମାନେ ହେଲେ ମୟୁରଝଲିଆ ଗ୍ରାମ ର ସୁରେନ୍ଦ୍ରନାଥ କଳସ , ପ୍ରଭାକର କଳସ , ମହେଶ୍ୱର ଭୋଳ , ଇଶ୍ୱର ଚନ୍ଦ୍ର କଳସ , ନକୂଳ ପ୍ରଧାନ , ସୁବାସ ଚନ୍ଦ୍ର କଳସ ଆଦି ଅନେକ ଚାଷୀ । ରଣପୁର ବନାଂଚଳ ରେ  ୧୭ ଗୋଟି ହାତୀ ଦଳ ହୋଇ ରହୁଛନ୍ତି ।  ରାତ୍ରୀ ରେ  ୩ ରୁ ୪ ଗୋଷ୍ଠୀ ହୋଇ ଧାନ ଫସଲ ଖାଇଯାଉଛନ୍ତି ।  ୪ ଟି ଜଙ୍ଗଲୀ ହାତୀ ବୋରବରଝର ଅଂଚଳ ରେ ଧାନ କ୍ଷତି କରିଥିବା ଜଣାପଡିଛି । ଚାଷୀ ମାନେ ଗୋପାଳପୁର ବନାଂଚଳ କାର୍ଯ୍ୟାଳୟ କୁ ଖବର ଦେଇଥିଲେ  ମଧ୍ୟ ହାତୀ ଘଉଡାଇବା ପାଇଁ ଥିବା ସ୍ୱତନ୍ତ୍ର ଦଳ ସେଠାରେ ପହଂଚି ନଥିବା ଅଭିଯୋଗ ହୋଇଛି ।

ଯାହାଫଳ ରେ ଚାହୀ ମାନେ ଧାର କରଜ କରିକରିଥିବା ଧାନ ଫସଲ ଉଜୁଡିବା ଯୋଗୁଁ ହତାସ ହୋଇପଡିଛନ୍ତି ।  ଅନ୍ୟପକ୍ଷ ରେ ବନାଂଚଳ ରେ ହାତୀ ମାନଙ୍କ ଖାଦ୍ୟ ଓ ପାଣି  ପାଇଁ ସରକାର ବନ ବିଭାଗ ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନାଂଚଳ ରେ ଖାଦ୍ୟ ନ ମିଳିବାରୁ ହାତୀ ମାନେ ଧାନ ଫସଲ ମୁହାଁ ହେଉଥିବା ଅଭିଯୋଗ ହେଉଛି ।  ଏ ସର୍ମ୍ପକେ ରଣପୁର ବନାଂଚଳ ଦାୟୀତ୍ୱ ରେ ଥିବା ବନପାଳ କୈବଲ୍ୟ ବେହେରା ଙ୍କୁ ଯୋଗେଯାଗ କରିବାରେ କୁହନ୍ତି । ଆମ ପାଖରେ ହାତୀ ଘଉଡାଇବା ପାଇଁ କମ୍ ସଂଖ୍ୟକ ସ୍ୱତନ୍ତ୍ର କର୍ମଚାରୀ ଅଛନ୍ତି । ତେଣୁ ଗୋପାଳପୁର ବନପାଳ ଙ୍କ ନିକଟରେ ୩ ଜଣ ରହିଛନ୍ତି । ଗତ କାଲି ସର୍ପ ଧରିବାକୁ ଯାଇଥିବାରୁ ମୟୁରଝାଲିଆ  ରେ ପହଂଚିବା ପାଇଁ ବିଳମ୍ବ ହୋଇଯାଇଥିଲା । ଆଜି ହାତୀ ଘଉଡେଇବା  ସ୍ୱତନ୍ତ୍ର ଦଳ ସଜାଗ ହୋଇ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.