Home ଜିଲ୍ଲା ପରିକ୍ରମା ବନ୍ୟା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ବନ୍ୟା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

86

ଭଦ୍ରକ,୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) : ବୈତରଣୀ ନଦୀରେ ସୃଷ୍ଟ ବନ୍ୟାର ସ୍ଥତିି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ । ବୈତରଣୀ ନଦୀରେ ବନ୍ୟା ଯୋଗୁ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ବ୍ଳକ ବିଶେଷ ପ୍ରଭାବିତ ହୋଇଥିବା ବେଳେ ଚାନ୍ଦବାଲି ଓ ତିହିଡି ବ୍ଲକର ମଧ୍ୟ କିଛି ଅଞ୍ଚଳ ପ୍ରଭାବିତ ହୋଇଛି । ତେବେ ବନ୍ୟା ଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର ଉଦ୍ଧାର ପ୍ରତି ଗୁରୁତ୍ୱ ଦେବାକୁ ଆର୍‌ଡିସି ଶ୍ରୀଯୁକ୍ତ ସାମଲ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ବନ୍ୟାଞ୍ଚଳରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ତୁରନ୍ତ ପ୍ରଦାନ କରାଯିବା ସହିତ ଆବଶ୍ୟକ ପଡିଲେ ଉଦ୍ଧାରପ୍ରାପ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ ଘର ବନ୍ୟାରେ ଭାଙ୍ଗିଛି ଏବଂ ଯେଉଁ ସବୁ ଜମିରେ ଫସଲ ନଷ୍ଟ ହୋଇଛି ତାହାର ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ ଭାବେ ଯୁଦ୍ଧକାଳୀନ ଭିତ୍ତିରେ ଧନଜୀବନ ଉଦ୍ଧାର କରିବାକୁ ମୁତୟନ ଏନ୍‌ଡିଆରଏଫ, ଓଡ୍ରାଫ୍ ଟିମ, ଅଗ୍ନିଶମ ବାହିନୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଉଦ୍ଧାର ସମୟରେ ବୟସ୍କ, ଗର୍ଭବତୀ ମହିଳା, ଶିଶୁ, ରୋଗଗ୍ରସ୍ତଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବାକୁ ପରାମର୍ଶ ଦେଇଥିଲେ । ସରକାରୀ ଅଧିକାରୀମାନେ ଦାୟିତ୍ୱରେ ଥିବା ଅଞ୍ଚଳରେ ରହି ଏହି କାର୍ଯ୍ୟର ସୁପରିଚାଳନା ଓ ତଦାରଖ କରିବାକୁ ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ଦୁର୍ଗତଙ୍କୁ ରିଲିଫ ଯୋଗାଣ ଉପରେ ମଧ୍ୟ ସେ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଳାପାଳ(ସାଧାରଣ) ଶ୍ୟାମଭକ୍ତ ମିଶ୍ର, ପିଡି ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.