Home ଜିଲ୍ଲା ପରିକ୍ରମା ବନ୍ୟା ପରେ ଅଲୋଡ଼ା, ଖରା କାକରରେ ନଷ୍ଟ ହେଉଛି ପାୱାର ବୋଟ, ୫ ବୋଟ ପାଇଁ...

ବନ୍ୟା ପରେ ଅଲୋଡ଼ା, ଖରା କାକରରେ ନଷ୍ଟ ହେଉଛି ପାୱାର ବୋଟ, ୫ ବୋଟ ପାଇଁ ୧୯ କର୍ମଚାରୀ

15

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଏକ ବନ୍ୟା ପ୍ରବଣ ଅଂଚଳ । ବୈତରଣୀ , କୋଚିଳା,ଗେଙ୍ଗୁଟି, ସାଳନ୍ଦୀ ଆଦି ନଦୀରେ ବନ୍ୟା ଦ୍ୱାରା ଧାମନଗର ବ୍ଲକ ରେ ପ୍ରାୟ ୨୬ ପଂଚାୟତ ରେ ବ୍ୟାପକ କ୍ଷତି ହୁଏ। ଏ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ବନ୍ୟା ନିୟନ୍ତ୍ରଣ ପାଇଁ ଓସଡମା ପକ୍ଷରୁ ଧାମନଗର ବ୍ଲକ କୁ ୧୦ ଟି ପାୱାର ବୋଟ ଯୋଗାଇ ଦିଆଯାଇଛି। ବନ୍ୟା ବେଳେ ବିପନ୍ନ ଙ୍କ ନିକଟରେ ସରକାରୀ ସହାୟତା ଓ ବନ୍ୟାବିପନ୍ନ ଙ୍କୁ ଉଦ୍ଧାର ପାଇ ଉକ୍ତ ବୋଟ ବ୍ୟବହାର କରାଯିବ।ଏଥି ପାଇଁ ଚୁକ୍ତି ଭିତିକି ୬ ମାସ ପାଇଁ ୧୮ ଜଣ ଖଲାସି ଙ୍କୁ ରଖାଯାଇ ସେମାନଙ୍କୁ ମାସିକ ୧୧ ହଜାର ଟଙ୍କା ଦରମା ଦିଆ ଯାଉଚି ଓ ଜଣେ ସ୍ଥାୟୀ କର୍ମ ଚାରି ସରକାରୀ ଭାବେ ୫୦ ହଜାର ରୁ ଉର୍ଦ୍ଧ ଟଙ୍କା ଦରମା ପାଉଛନ୍ତି । ସବୁଠାରୁ ବଡକଥା ହେଲା ଉକ୍ତ ବୋଟ ଏବେ ରକ୍ଷଣା ବେକ୍ଷଣା ଅଭାବରୁ ସେଗୁଡିକ ନଷ୍ଟ ହେବାକୁ ବସିଲାଣି । ୧୦ ଟି ବୋଟ ମଧ୍ୟରୁ ୫ ଟି ବୋଟ ଅଚଳ ହୋଇ ପଡ଼ିଛି ହେଲେ ସେଥିପାଇଁ ଖଲାସି କିନ୍ତୁ ବସି ବସି ସରକାରୀ ଟଙ୍କା ତୋଷର ପାତ କରୁଛନ୍ତି। କିନ୍ତୁ ଖରା ବର୍ଷା ରେ ନଷ୍ଟ ହେଉଥିବା ବୋଟ କୁ ନଜର ଦିଅନ୍ତୁ ନାହିଁ । ଯିଏ ସରକାରି କର୍ମଚାରି ଅଛନ୍ତି ସେ ବ୍ଲକ ରେ ବଡ ବାବୁ ଓ ବିଡ଼ିଓ ଙ୍କ ବୋଲ ହାକ କରି ସମୟ ଯାଉଥିବାରୁ ଏ ପାଇଁ ସମୟ ଦେଉ ନାହାନ୍ତି । ଏଦିଗରେ ଧାମନଗର ବ୍ଲକ ର ବିଡ଼ିଓ ବନ ବିହାରି ଦିନ୍ଦା ଙ୍କ ସହ ଯୋଗା ଯୋଗ କରିବାରୁ ସେ କୁହନ୍ତି ସେଥି ପାଇଁ କର୍ମଚାରୀ ଅଛନ୍ତି ଓ ବର୍ଷ ଶେଷରେ ଓସଡମା ପକ୍ଷରୁ ମରାମତି କରାଯାଇଥାଏ ଅଧିକ କିଛି କହିପାରିବେ ନାହିଁ ବୋଲି ବିଡ଼ିଓ କହି କଥା କୁ ଏଡ଼ାଇ ଦେଇଥିଲେ। ଏ ଦିଗରେ ବୋଟ ଦାୟୀତ୍ୱରେ ଥିବା କର୍ମଚାରି ପରେଶ ପାଇକରାୟ ଙ୍କ ସହ ଯୋଗାଯୋଗ କରି ବାରୁ ସେ କୁହନ୍ତୁ ୧୦ ଟି ବୋଟ ମଧ୍ୟରୁ ୭ ଟି ବ୍ଲକର ଓ ୩ ଟି ଧାମନଗର ତହସିଲ ର ସେଥି ମଧ୍ୟରୁ କିଛି ଖରାପ ଅଛି ଓ ବଡ ବୋଟ ଥିବାରୁ ତାହା ବେଭାର ହୋଇ ପାରୁନାହିଁ । ବନ୍ୟା ସରିବା ପରେ ଜୁନ ମାସ ପୂର୍ବରୁ ଭଦ୍ରକ ଜରୁରୀକାଳୀନ ବିଭାଗ କୁ ବୋଟ ମରାମତି ପାଇଁ କୁହାଯାଇ ଥାଏ।ପରେ ଏସ ଆର ସି ଟେଣ୍ଡର ମାଧ୍ୟମରେ ଉକ୍ତ ବୋଟ ମରାମତି କରି ଥାଆନ୍ତି ବୋଲି କର୍ମ ଚାରି ଶ୍ରୀ ପାଇକରାୟ କହିଛନ୍ତି।ହେଲେ ମରାମତି ଆଳ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ବନ୍ୟା ସରିବା ପରେ ବୋଟ ଗୁଡ଼ିକୁ ଉପଯୁକ୍ତ ସ୍ଥାନ ରେ ରଖା ଯାଇ ଥାଆନ୍ତା ତେବେ ସରକାରୀ ତହ ବିଲି ରୁ ମରାମତି ପାଇଁ ଏତେ ଟଙ୍କା ଖର୍ଚ୍ଚ ହୁଅନ୍ତା ନାହିଁ। ସେହିପରି ଅଚଳ ବୋଟ ପାଇଁ ବି ଅସ୍ଥାୟୀ କର୍ମ ଚାରି ବ୍ଲକ ପ୍ରଶାସନ ରଖି ସରକାରୀ ଟଙ୍କା ଅପବେୟ କରୁଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.