Home ଜିଲ୍ଲା ପରିକ୍ରମା ବନ୍ୟା ଛାଡିବାର ୫ମାସ ବିତିଲା, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି କ୍ଷତିପୂରଣ

ବନ୍ୟା ଛାଡିବାର ୫ମାସ ବିତିଲା, କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି କ୍ଷତିପୂରଣ

2

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଅଗଷ୍ଟ ଓ ସେପ୍େଟମ୍ବର ମାସରେ ବୈତରଣୀ ନଦୀରେ ଆସିଥି ଛୋଟବଡ ୪/୫ଟି ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ତଳିଆ ଅଂଚଳ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଂଚାୟତର ୨୨ଟି ଗାଁର ଶତାଧିକ ଚାଷୀଙ୍କର ହଜାର ହଜାର ଏକର ସାରଦ ଧାନତଳି ଧୋଇ ନେଇଥିଲା। ଏପରି ଖବର ପାଇବା ପରେ ଉଭୟ ଜିଲା ପ୍ରଶାସନ ଓ କୃଷି ବିଭାଗର ଅଧିକାରୀଙ୍କ ପକ୍ଷରୁ ମିଳିତ ଭାବେ କ୍ଷେତ୍ରୀୟ ପରିଦର୍ଶନ କରିବା ସହ ଚାଷୀମାନଙ୍କୁ ଭେଟିଥିଲେ। ଏପରିକି କ୍ଷୟକ୍ଷତି ହୋଇଥିବା ଚାଷର କ୍ଷତିପୂରଣ ଖୁବଶିଘ୍ର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। ତାହାସହ ଚାନ୍ଦବାଲି ତହସିଲଦାରଙ୍କ ଦପ୍ତରରୁ ଗତ ଅକ୍ଟୋବର ମାସ ୨୫ତାରିଖରେ ଚିଠି ସଂଖ୍ୟା ୧ରେ ପ୍ରକାଶିତ କ୍ଷତିଗ୍ରସ୍ତ ଚାଷୀମାନେ ନିଜର ଚାଷଜମିର ପରିମାଣ, ବ୍ୟାଙ୍କ ବହିର ନକଲ, ପରିଚୟପତ୍ର ଅକ୍ଟୋବର ୨୭ରୁ ନଭେମ୍ବର ୧୫ତାରିଖ ମଧ୍ୟରେ ଆରଡି ରାଜସ୍ୱ ଅଧିକାରୀଙ୍କ ପାଖରେ ଦାଖଲ କରିବା ପାଇଁ ନଟକା ଜାରି ହୋଇଥିଲା। ଏପରିକି କ୍ଷତିଗ୍ରସ୍ତ ଚାଷୀମାନେ ନିର୍ଦ୍ଧାରିତ ସମୟର ମଧ୍ୟରେ ତାଙ୍କର କ୍ଷୟକ୍ଷତିର ଦସ୍ତାବିଜ ଦେଇଥିଲେ ମଧ୍ୟ ସହାୟତା ମିଳିପାରୁ ନାହଁ ବୋଲି ଚାଷୀମାନେ କହିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଓ କୃଷି ବିଭାଗର ଉଚ୍ଚପ୍ରଦାଧିକାରୀ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.