Home ଜିଲ୍ଲା ପରିକ୍ରମା ବନ୍ୟା ଘେରରେ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ଦେବଦୂତ ସାଜି ଉଦ୍ଧାର କଲା ଅଗ୍ନିଶମ...

ବନ୍ୟା ଘେରରେ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ଦେବଦୂତ ସାଜି ଉଦ୍ଧାର କଲା ଅଗ୍ନିଶମ ବାହିନୀ

94

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଲଘୁଚାପ ଜନିତ ବନ୍ୟାଘେରରେ ରହି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଜନନୀ କ୍ଷେତ୍ରରେ ଦେବଦୂତ ସାଜି ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଏହି ଘଟଣା ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାର ଧାମନଗର ବ୍ଲକ୍ ବୟାଙ୍ଗଡିହ ପଂଚାୟତ ଗୋଠିଣା ଗ୍ରାମର ହିମାଂଶୁ ରାଉତଙ୍କ ପତ୍ନୀ ଗର୍ଭବତୀ ଥାଇ ଅସହ୍ୟ ଯନ୍ତ୍ରଣା ପାଇଆସୁଥିଲେ । ମାତ୍ର ସଂପୂର୍ଣ୍ଣ ଗ୍ରାମଟି ବନ୍ୟାଘେରରେ ବୁଡି ରହି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ମହିଳା ଜଣକୁ ଡାକ୍ତରଖାନା ନିଆଯାଇପାରିନଥିଲା । ମାତ୍ର ଅଗ୍ନିଶମ ବାହିନୀ ଏହି ଖବର ପାଇ ଜଳଘେରବନ୍ଦୀରେ ଥିବା ଉପରୋକ୍ତ ମହିଳାକୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.