Home ଜିଲ୍ଲା ପରିକ୍ରମା ବନ୍ୟା ଅଂଚଳର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ, ବିପନ୍ନ ଲୋକଙ୍କୁ ସହାୟତା ଦେବା ପାଇଁ...

ବନ୍ୟା ଅଂଚଳର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ, ବିପନ୍ନ ଲୋକଙ୍କୁ ସହାୟତା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି

10

ଭଦ୍ରକ, ୩ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ହଦଗଡ଼ ଡ୍ୟାମର ୪ ଗୋଟି ଖୋଲା ଯିବା ପରେ ହାଠାତ ସାଳନ୍ଦୀ ନଦୀରେ ଆସିଥିଲା ପ୍ରବଳ ପାଣି, ଫଳରେ ତଳିଆ ଅଂଚଳର ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଏଥି ଯୋଗୁଁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ତିହିଡି ବ୍ଲକର ୮ ଗୋଟି ପଂଚାୟତ। ଦୁଇ ଦିନ ପରେ ଯଦିଓ ପାଣି ସାଳନ୍ଦୀ ନଦୀରେ କମିଛି ଏବଂ ହଦଗଡ଼ ଡ୍ୟାମ କର୍ତୃପକ୍ଷ ୩ ଗୋଟି ଗେଟ କୁ ବନ୍ଦ କରିଛନ୍ତି। ତଥାପି ତଳିଆ ଅଂଚଳର ବିପନ୍ନ ଙ୍କ ଦୁଃଖ ସରିନାହିଁ। ତେବେ ସାଳନ୍ଦୀ ନଦୀର ଆସିଥିବା ଏହି ପ୍ରଥମ ବନ୍ୟା ଜଳରେ ତଳିଆ ଅଂଚଳର ଲୋକମାନଙ୍କର ଜୀବନ ଓ ଜୀବିକା କିପରି ପ୍ରଭାବିତ ହୋଇଛି। ଚାଳିତ ବର୍ଷ ସାଳନ୍ଦୀ ନଦୀର ପ୍ରଥମ ବନ୍ୟା ଜଳ ଆସିଛି। ଏହି ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୭ ମିଟର ଥିବା ବେଳେ ଏଠାରେ ଏବେ ବନ୍ୟା ଜଳ ହ୍ରାସ ପାଇ ୧୪ ମିଟର ତଳେ ପ୍ରବାହିତ ହେଉଛି। ତେବେ ହଦଗଡ଼ ଡ୍ୟାମର ୪ ଗୋଟି ଗେଟ ରୁ ଏକ କାଳୀନ ୪ ହଜାର କ୍ୟାସେକ ଜଳ ନଦୀର ପ୍ରବେଶ କରିଥିବାରୁ ଏହି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ସାଳନ୍ଦୀ ଓ ଏହାର ଶାଖା ନଦୀ ନାଳିଆରେ ପ୍ରବଳ ବନ୍ୟା ଜଳ ଆସିବାରୁ ଭଦ୍ରକ ବ୍ଲକର ବେନ୍ତାଳ, ଖଣ୍ଡତଡା, ଗୁଜିଦରଡ଼ା, ଅର୍ଣ୍ଣପାଳ ଏବଂ ବିଷ୍ଣୁପୁର ବିନ୍ଧା ଏବଂ ତିହିଡି ବ୍ଲକର ତଳଗୋପବିନ୍ଧା, ବିଲଣା ଏବଂ ବାରୁଆ ପଂଚାୟତର ଥିବା ବିଭିନ୍ନ ଗ୍ରାମ ଓ ଚାଷ ଜମିକୁ ବନ୍ୟା ଜଳ ମାଡି ଯାଇଥିଲା।ବିଶେଷ କରି ବେନ୍ତାଳ ପଂଚାୟତର, ଅର୍ଣ୍ଣପାଳ ପଂଚାୟତର ଦେଉଳିପାଳ ଜେନା ସାହି ଏବଂ ବିଷ୍ଣୁପୁର ପଂଚାୟତର ବିଷ୍ଣୁପୁର ଗ୍ରାମରେ ବନ୍ୟା ପାଣି ପଶି ଯାଇଥିଲା। ଫଳରେ ଆଜକୁ ୩ ଦିନ ହେବ ଲୋକମାନେ ବନ୍ୟା ପାଣିରେ ରହି ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅର୍ଣ୍ଣପାଳ-ବିଷ୍ଣୁପୁର, ଅର୍ଣ୍ଣପାଳ – ରାଜୁଆଳିବିନ୍ଧା ରାସ୍ତା ଓ ପୋଲ ଉପରେ ଆଣ୍ଠୁଏ ଉପରୁ ପାଣି ଚାଲିଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି। ତେଣୁ ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ସହିତ ବିପନ୍ନ ଲୋକମାନେ ଭୋକ ଉପାସରେ ରହିଥିବା କ୍ଷବର ସହ କହିଛନ୍ତି। ସେହିପରି ଭାବେ ସଳନ୍ଦୀରେ ଏହି ପ୍ରଥମ ବନ୍ୟାରେ ଏହି ଦୁଇ ଗୋଟି ବ୍ଲକର ୮ ଗୋଟି ପଂଚାୟତରେ ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡି ଯାଇଛି। ଫଳରେ ଚାଷୀ ମାନେ ଧାନ ରୋହିବା ପାଇଁ ଯେଉଁ ତଳି ପକାଇଥିଲେ ତାହା ସମ୍ପୂର୍ଣ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଚାଷୀ ମାନେ ଚିନ୍ତିତ ଥିବା କହିଛନ୍ତି। ବହୁ କଷ୍ଟରେ ବିହନ ସଂଗ୍ରହ କରି ଧାନ ତଳି ଦେଇଥିଲୁ ତଳା ମଧ୍ୟ ବଡ଼ ବଡ଼ ହୋଇଥିଲା। ଆଉ କିଛି ଦିନ ପରେ ଧାନ ରୁଆ, ରୋହି କାର୍ଯ୍ୟ ଆରମ୍ଭ ହୋଇଥାନ୍ତା। ତେବେ ସାଳନ୍ଦୀ ଏହି ବନ୍ୟା ସେସବୁକୁ ନଷ୍ଟ କରି ଦେଇଥିବାରୁ ପୁଣି କିପରି ଧାନ ତଳି ଦେବେ, ସେହି ଚିନ୍ତାରେ ରହିଛନ୍ତି ବିପନ୍ନ ଚାଷୀ ମାନେ। ଅନ୍ୟପକ୍ଷେ ସାଳନ୍ଦୀ, ନାଳିଆ ଓ ଏହାର ଶାଖା କେନାଲ ଗୋପାଳିଆରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇଥିବାରୁ ତାହାକୁ ମରାମତି କାର୍ଯ୍ୟ କରିବା ପାଇଁ ଜଳ ଶୋଚନ ବିଭାଗର ଅଧିକାରୀ ମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି। ଏପରିକି ଜିଲ୍ଲାପାଳ ଙ୍କ ବନ୍ୟା ଅଂଚଳ ପରିଦର୍ଶନ ପରେ କେତେକ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ଏହିସବୁ କାର୍ଯ୍ୟ ହୋଇ ପାରୁ ନଥିବାରୁ ବିପନ୍ନ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ବିଭିନ୍ନ ଅଂଚଳ କୁ ଯାଇ ବନ୍ୟା ସ୍ଥିତି ଦେଖିବା ସହ ତିହିଡି଼ ଅଂଚଳ କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯାଇ ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଦେଖି ଫେରିଛନ୍ତି। ବିପନ୍ନ ଲୋକଙ୍କୁ ସହାୟତା ଦେବା ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିବା ନେଇ ସେ କହିଛନ୍ତି। ବିପନ୍ନ ଲୋକଙ୍କୁ ତ୍ୱରିତ ରିଲିଫ ସାମଗ୍ରୀ ସହିତ ବନ୍ୟା ପରେ ଚାଷୀ ମାନଙ୍କୁ ଧାନ ବିହନ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.