Home ଜିଲ୍ଲା ପରିକ୍ରମା ବନ୍ୟାରେ ଧାମନଗର ବେହାଲ, କୋଚିଳା ନଦୀବନ୍ଧ ଦୁର୍ବଳ, ଜିଲ୍ଲାପାଳ ବନ୍ୟାସ୍ଥିତି ଦେଖିଲେ

ବନ୍ୟାରେ ଧାମନଗର ବେହାଲ, କୋଚିଳା ନଦୀବନ୍ଧ ଦୁର୍ବଳ, ଜିଲ୍ଲାପାଳ ବନ୍ୟାସ୍ଥିତି ଦେଖିଲେ

14

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଯୋଗୁଁ ଧାମନଗରରେ ଏବେ ବନ୍ୟା ସ୍ଥିତି ସଙ୍ଗିନୀ ହୋଇଛି । ଗୋରୁ ଗାଈଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ସ୍କୁଲ ଘରେ ରଖିଛନ୍ତି । ସୁଚନା ଥାଉକି ମୌସୁମୀ ବାୟୁ ସକ୍ରିୟ ହେବାରୁ ପ୍ରବଳ ବର୍ଷା ଫଳରେ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି ରେ ବନ୍ୟା ଆସିଛି । ବୈତରଣୀ ନଦୀର କଂଟି ଘାଇ ଏସ କେପ ଯୋଗେ ପାଣି ଗାଁ ଭିତରକୁ ପଶିଛି । ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତର ଉତେଇପୁର ଠାରେ ଥିବା ମଲ୍ଲିମାହାରା, ସୋହଡ଼ା ପଂଚାୟତର ଗୌରାଙ୍ଗପୁର ଏସକେପ୍ ଯୋଗେ ବୈତରଣୀର ବନ୍ୟା ଜଳ ଜନବସତି ଭିତରକୁ ପ୍ରବେଶ କରିଛି । ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପ୍ ଯୋଗେ ପାଣି ପଶିବାରୁ ଖଡ଼ିପଦା, କରଦା ଓ ସୋହଡ଼ା ପଂଚାୟତ ଜଳାର୍ଣ୍ଣବ ହୋଇଛି । ଏହାସହ ଶହ ଶହ ଏକର ଜମି ପାଣିରେ ବୁଡ଼ି ରହିଛି । ପନିପରିବା ଚାଷ ବି ପାଣିରେ ବୁଡ଼ିଥିବାରୁ ନଷ୍ଟ ହେବା ଆଶଙ୍କା ରହିଛି । ସେପଟେ ପଧାନି ପଂଚାୟତର ସଇଲୋରେ କୋଚିଳା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ଧସି ଥିବାରୁ ଜଳ ସଂପଦ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ବାଉଁଶ, ବାଲିବସ୍ତା, ଟିଣ ଚଦର ଓ କାଠ ବଲା ଦେଇ ବନ୍ଧକୁ ସୁରକ୍ଷା ଦେଇଛନ୍ତି । ଅର୍ଜୁନପୁର ପଂଚାୟତ ସଇଲୋ ଠାରେ କୋଚିଳା ନଦୀରୁ ବଡ଼ ଘଳିଆ ପଡ଼ିଥିଲା । ତେବେ ତାକୁ ବାଲିବସ୍ତ ପକାଇ ତୁରନ୍ତ ମରାମତି କରାଯାଇଛି । ବନ୍ୟା ଯୋଗୁଁ ହସନାବାଦ ଓ ଅର୍ଜୁନପୁର ପଂଚାୟତରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ହସନାବାଦ, ଗୋପବନ୍ଧୁନଗର, ଅସ୍ତକ, ବାଲିପାଟନା ଗାଁ ସଂପୂର୍ଣ୍ଣ ଜଳବନ୍ଦୀ ହୋଇଛି । ଲୋକଙ୍କ ଘର ଭିତରେ ପାଣି ପଶିଯିବାରୁ ଖୁବ ହିନସ୍ତା ହେଉଛନ୍ତି ଲୋକେ । ଆଖୁଆପଦାରେ ବୈତରଣୀ ଜଳସ୍ତର ୧୯ ମିଟର ଛୁଇଁ ନଥିଲେ ବି ହସନାବାଦ ବେହାଲ ହୋଇଛି । ରବିବାର ବୈତରଣୀର ଉପରମୁଣ୍ଡରେ ହାଟଡିହିରେ ୨.୫ ସେ.ମି, କେଉଁଝରରେ ୯.୨ ସେ.ମି, ପାଟଣାରେ ୫ ସେ.ମି, ଆନନ୍ଦପୁରରେ ୧ ସେ.ମି, ଚମ୍ପୁଆରେ ୫ ସେ.ମି ବର୍ଷା ହୋଇଥିବାବେଳେ ଯାଜପୁରର କୋରେଇରେ ୨ ସେଂଟିମିଟର ବର୍ଷା ହୋଇଛି । ଆନନ୍ଦପୁରର ବନ୍ୟା ଜଳ ଆସି ଆଖୁଆପଦାରେ ପହଂଚିବାକୁ ୪ ଘଂଟା ଲାଗିବାକୁ ଥିବାରୁ ସୋମବାର ଦିନ ଧାମନଗର ଅଂଚଳରେ ବଡ଼ ବନ୍ୟା ହେବାର ଆଶଙ୍କା ରହିଛି । ରବିବାର ଦିନ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ,ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ, ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦା ପ୍ରମୁଖ ଧାମନଗର ବନ୍ୟା ଅଂଚଳ ବୁଲି ଦେଖୁଛନ୍ତି ।ଦେବେ ତଳିଆ ଅଂଚଳ ଅଧିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଧାମନଗର ବ୍ଲକ ର ଅର୍ଜୁନପୁର ଓ ହସନାବାଦ ପଂଚାୟତ ର ସମସ୍ତ ଅଙ୍ଗନବାଡ଼ି ଓ ବିଦ୍ୟାଳୟ କୁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ବନ୍ଦ ପାଇଁ ଭଦ୍ରକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଧ୍ୟାରେ ରେ ଜିଲ୍ଲାପାଳ ଧାମନଗର ପଂଚାୟତ ସମିତି ରେ ବନ୍ୟା ସମୀକ୍ଷା କରିଥିଲେ । ସମସ୍ତ ସରକାରୀ ଅଧିକାରୀ ମାନେ ବିଭିନ୍ନ ପଂଚାୟତ ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.