Home ଜିଲ୍ଲା ପରିକ୍ରମା ବନ୍ୟପ୍ରାଣୀ ଏବଂ ପରିବେଶ ସୁରକ୍ଷା ନିମିତ ସଚେତନତା କାର୍ଯ୍ୟକ୍ରମ (ଫଟୋ ଅଛି)

ବନ୍ୟପ୍ରାଣୀ ଏବଂ ପରିବେଶ ସୁରକ୍ଷା ନିମିତ ସଚେତନତା କାର୍ଯ୍ୟକ୍ରମ (ଫଟୋ ଅଛି)

9

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ଚାନ୍ଦିଆପଦା, ଲାଙ୍ଗୁଡ଼ିଠାରେ ବନ୍ୟପ୍ରାଣୀ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ନିମିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ପୂଣ୍ୟଶ୍ଳୋକ ରଥ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାପସ କୁମାର ମହାନ୍ତି, ସହାୟକ, ଏଲ୍‌.ଏ.ଡି.ସି.ଏସ୍‌., ଭଦ୍ରକ, ଧନଞ୍ଜୟ ଜେନା, ଅଧିକ୍ଷକ, ମୁକ୍ତିକାନ୍ତ ନାୟକ, ସଂପାଦକ, ଉତ୍କଳମଣି ଦରିଦ୍ର ନାରାୟଣ ସେବା ମନ୍ଦିର, ଲାଙ୍ଗୁଡ଼ି, ପିତାମ୍ବର ନାୟକ, ବନରକ୍ଷୀ, ସାତଭଉଣୀ, ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀ ତଥା ବନ୍ୟ ବିଭାଗର କର୍ମୀ ଏବଂ ଉପସ୍ଥିତ ଥିବା ପିଲାମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ରକ୍ରମ ମାଧ୍ୟମରେ ବନ୍ୟପ୍ରାଣୀଙ୍କୁ କିପରି ସୁରକ୍ଷା କରିପାରିବା ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ନିମିତ ପ୍ଲାଷ୍ଟିକ୍‌କୁ ସଂପୂର୍ଣ୍ଣ ରୂପେ ବର୍ଜନ କରିବା ସମ୍ବନ୍ଧରେ ସମସ୍ତଙ୍କୁ ସଚେତନତାର ବାର୍ତା ଦିଆଯାଇଥିଲା। ପିଲାମାନଙ୍କ ଦ୍ୱାରା ଗଛ ଉପରେ ଏକ ସୁନ୍ଦର ଅଭିନୟ ବେଶ୍ ମନଲୋଭା ଥିଲା। ପରିଶେଷରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଳଗାଇ ପରିବେଶକୁ ସବୁଜମୟ କରିବା ପାଇଁ ସଂକଳ୍ପ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.