Home କୋରାପୁଟ ବନ୍ଧୁଗାଁର କୃଷକ ସାଥୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

ବନ୍ଧୁଗାଁର କୃଷକ ସାଥୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ

99

କୋରାପୁଟ ୬-୧୨(ଓଡିଆ ପୁଅ /ରଂଜନ ଦାସ)  ଭାଗ ଚାଷି ମାନଙ୍କୁ   ବଳରାମ ଯୋଜନାରେ  କୃଷି ରୁଣ ଦେବାକୁ  ରାଜ୍ୟ ସରକାର ଘୋଷଣା କରିବା ପରେ  କୃଷକ ସାଥୀ ଗାଁ ଗାଁ ବୁଲି ଜମିହୀନ ଭାଗ ଚାଷିଙ୍କୁ ନେଇ ଏକାଧିକ ଜେଏଲଜି ଗଠନ କରିଥିଲେ  ।  ଜମିହୀନ ଓ ନାମମାତ୍ର ଚାଷି ମାନଙ୍କୁ ସମବାୟ ବ୍ୟାଙ୍କ କିମ୍ବା ଲ୍ୟାମ୍ପସ୍ ଜରିଆରେ କୃଷି ରୁଣ ଦେବାକୁ ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ଧୁଗାଁ   ବ୍ଲକରେ କୃଷକ ସାଥୀ ମାନେ  ବିଭିନ୍ନ ଗ୍ରାମ ଗସ୍ତ କରି  ଜମିହୀନ  ଭାଗଚାଷିଙ୍କୁ  ନେଇ  ଏକଶହରୁ ଉର୍ଦ୍ଧ୍ୱ   ଜେଏଲଜି ଗଠନ କରିଥିବାବେଳେ ଆଜି ଯାଏ କେହି ମଧ୍ୟ  ରୁଣ ପାଇ ପାରି ନଥିବା ଦର୍ଶାଇ  ବନ୍ଧୁଗାଁ ବ୍ଲକରେ  କାର୍ଯ୍ୟରତ କୃଷକ ସାଥୀ ସୋମବାର ଜିଲାପାଳଙ୍କୁ ସାକ୍ଷାତ କରି ଗୁହାରୀ କରିଛନ୍ତି । କୃଷକ ସାଥୀ ମାନଙ୍କ କହିବା ଅନୁଯାୟୀ,ସେମାନେ   ରାଜସ୍ୱ ନିରୀକ୍ଷକ ଓ  ଏବଂ କୃଷି ବିଭାଗ କର୍ମଚାରୀଙ୍କ  ସହ ମିଳିତ ଭାବେ ଗାଁ ଗାଁ ବୁଲି  ଭାଗଚାଷିଙ୍କ  ଲିଜ୍ ଜମି  ପରିଦର୍ଶନ କରିଛନ୍ତି  । ନିଜ ହାତରୁ ପଇସା ଖର୍ଚ କରି କୃଷକ ସାଥୀମାନେ ବିଭିନ୍ନ ଦସ୍ତାବିଜର ଜେରକ୍ସ କରିବା,ଫୋଟ ଉଠାଇବା,ଗ୍ରୁପର ଖାତା ଲେଖିବା କାମ କରିଥିଲୁ  ଓ  ଚଳିତ ଖରୀପ ରୁତୁ ପାଇଁ ସମସ୍ତେ ବ୍ୟାଙ୍କ ରୁଣ ପାଇବେ ବୋଲି  ଭାଗଚାଷିଙ୍କୁ  ପ୍ରତିଶୃତି ଦେଇଥିଲୁ କିନ୍ତୁ ସେମାନଙ୍କୁ  ରୁଣ ନମିଳିବାରୁ ଆମେ ସେମାନଙ୍କୁ ମିଛ କହିଥିବା  ଅଂଚଳର ଭାଗଚାଷି ଅଭିଯୋଗ କରିଛନ୍ତି । ତେଣୁ ଏ ଦିଗରେ  ଉଚିତ ପଦକ୍ଷେପ ନେବାକୁ  ବନ୍ଧୁଗାଁ ବ୍ଲକର କୃଷକ ସାଥୀ ଲକ୍ଷ୍ମୀ କାଡ୍ରାକା,ମହେନ୍ଦ୍ର ବିଡିକା,କିଶୋର ତୁଳ,ଜଗଦିଶ ନାୟକ,ଗୁମ୍ପା ହୁିକା,ଧବଲୁ କୁଲେଶିକା,ମଙ୍ଗରାଜ ବିଡିକା,ରାମାସ୍ୱାମୀ ପିଡିକା,ସଦନ ପିଡିକା,ନବୀନ ଦେବରପାଲି,ଲିଙ୍ଗାନା ପିଡିକା  ପ୍ରମୁଖ  ଜିଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । କୃଷକ ସାଥୀ ମାନଙ୍କ ଠାରୁ ସମସ୍ତ ବିଷୟ ଜାଣିବା ପରେ  ସମସ୍ତ ଭାଗଚାଷିଙ୍କୁ ବଳରାମ ଯୋଜନାରେ ରୁଣ ଦିଆ ଯିବ  ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର  କୃଷକ ସାଥୀ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.