Home Top News ବନ୍ଧୁକୁ ପ୍ରେମିକା ପାଇଁ ହତ୍ୟା କଲା ବାଲ୍ୟବନ୍ଧୁ : ପ୍ରାଇଭେଟ ପାର୍ଟ କାଟି ମୃତ ବନ୍ଧୁ...

ବନ୍ଧୁକୁ ପ୍ରେମିକା ପାଇଁ ହତ୍ୟା କଲା ବାଲ୍ୟବନ୍ଧୁ : ପ୍ରାଇଭେଟ ପାର୍ଟ କାଟି ମୃତ ବନ୍ଧୁ ପାଟିରେ ପୁରାଇଲା

132

ଭିୱାଣ୍ଡି ୮-୧୧ (ଓଡ଼ିଆ ପୁଅ) : ଜଣେ ୨୧ ବର୍ଷ ବୟସ୍କ ହୋଟେଲ ମାଲିକଙ୍କୁ ନଅ ଥର ଛୁରୀ ମାରି ହତ୍ୟା କରିବା ପରେ ସାଙ୍ଗର ପ୍ରାଇଭେଟ ପାର୍ଟ କାଟି ବନ୍ଧୁର ମୁହଁ ଭର୍ତ୍ତି କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛି ଜଣେ ବାଲ୍ୟବନ୍ଧୁ।

ଅଭିଯୁକ୍ତ ଜଣକ ମୃତକଙ୍କ ଗାର୍ଲଫ୍ରେଣ୍ଡକୁ ପସନ୍ଦ କରୁଥିଲେ ଏବଂ ଯେତେବେଳେ ହୋଟେଲ ମାଲିକ ବନ୍ଧୁ ଗାର୍ଲଫ୍ରେଣ୍ଡକୁ ଛାଡିବାକୁ ମନା କଲା ସେତେବେଳେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲା।

ମୃତକଙ୍କ ନାମ ଶମିମ ଅନସାରୀ ଏବଂ ଅଭିଯୁକ୍ତ ହେଉଛି ଆସଲମ ଅନସାରୀ।

ଦୁହେଁ ପିଲାଦିନର ବନ୍ଧୁ ଥିଲେ ଏବଂ ପ୍ରତିଦିନ ସାକ୍ଷାତ କରିବା ଏବଂ ପରସ୍ପର ସହିତ ବ୍ୟକ୍ତିଗତ ପାରିବାରିକ ଆଲୋଚନା ମଧ୍ୟ ସେୟାର କରୁଥିଲେ। ନିକଟରେ ଦୁହିଁଙ୍କ ମଧ୍ୟରେ ଗାର୍ଲଫ୍ରେଣ୍ଡକୁ ନେଇ ଝଗଡା ଆରମ୍ଭ ହୋଇଥିଲା ଯେତେବେଳେ ଅସଲମ ଶମିମର ଗାର୍ଲଫ୍ରେଣ୍ଡ ପ୍ରତି ପ୍ରେମ ଭାବନା ପ୍ରକାଶ କରିଥିଲା।

ପୋଲିସ୍ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଅଭିଯୁକ୍ତ ଆସଲମ, ଶମିମର ଗାର୍ଲଫ୍ରେଣ୍ଡକୁ ଭଲ ପାଇବା ଆରମ୍ଭ କରି ଦେଇଥିଲା ଏବଂ ତା’ପରେ ସେ ଶମିମକୁ ତାଙ୍କୁ ଛାଡିବାକୁ କହିବା ଆରମ୍ଭ କରି ଦେଇଥିଲା।

କିନ୍ତୁ ଶମିମ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିଲା। ତେଣୁ ସେ ଶମିମଙ୍କ ପ୍ରାଇଭେଟ ପାର୍ଟ୍ସ କାଟି ଦେଇଥିଲା ଏବଂ ଶମିମର ପାଟିରେ ପୁରାଇ ଦେଇ ହତ୍ୟା କରିଦେଇଥିଲା।

ଖବର ଅନୁଯାୟୀ, ରବିବାର ରାତିରେ ଯେତେବେଳେ ଦୁହେଁ ହୋଟେଲରେ ଏକ ପାର୍ଟୀ କରୁଥିଲେ, ସେତେବେଳେ ଉଭୟଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଝଗଡା ହୋଇଥିଲା ଏବଂ କ୍ରୋଧିତ ହୋଇ ଅଭିଯୁକ୍ତ ଶମିମଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା।

ଏହି ଘଟଣାରେ ପୋଲିସ ଅପରାଧିକମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.