Home ଓଡ଼ିଶା ବନ୍ଧମୁଣ୍ଡା ପଂଚାୟତରେ ମିଳୁନି ସାମାଜିକ ସୁରକ୍ଷା ସ୍ୱାମୀଙ୍କ ମୃତ୍ୟୁର ତିନି ବର୍ଷ ପରେ ବି ମିଳୁନି...

ବନ୍ଧମୁଣ୍ଡା ପଂଚାୟତରେ ମିଳୁନି ସାମାଜିକ ସୁରକ୍ଷା ସ୍ୱାମୀଙ୍କ ମୃତ୍ୟୁର ତିନି ବର୍ଷ ପରେ ବି ମିଳୁନି ବିଧବା ଭତା

59

ନୟାଗଡ/୦୬/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ରିମୋଟ୍ ଅଂଚଳ କହିଲେ ବନ୍ଧମୁଣ୍ଡା ଗ୍ରାପଞ୍ଚାୟତକୁ ବୁଝାଏ । ସରକାର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାମାଜିକ ସୁରକ୍ଷା କରିବା ପାଇଁ ଆଗଭର ହେଉଥିବା ବେଳେ କର୍ମଚାରୀ ମାନଙ୍କର ଅବହେଳା ଯୋଗୁଁ ଜନସାଧାରଣ ସାମାଜିକ ସୁରକ୍ଷାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ସେଭଳି ଗ୍ରାମପଞ୍ଚାୟତ ହେଉଛି ରଣପୁର ବ୍ଲକର ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଏହି ପଞ୍ଚାୟତର ଜରିପଡା ଗ୍ରାମର ସୁଲୋଚନା ଦେଇଙ୍କୁ ୫୮ବର୍ଷ  । ସୁଲୋଚନାଙ୍କ ସ୍ୱାମୀ ଅରକ୍ଷିତ ପ୍ରଧାନ ତିନି ବର୍ଷ ତଳୁ ମୃତ୍ୟୁ ବରଣ କରିଛନ୍ତି । ତେଣୁ ସୁଲୋଚନା ବିଧବା ଭତା ପାଇଁ ବନ୍ଧମୁଣ୍ଡା ଗ୍ରାମପଂଚାୟତରେ ଆବେଦନ କରିଥିବା ବେଳେ ସେ ଏ ଯାଏଁ ବିଧବା ଭତା ନପାଇ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଗ୍ରାମପଂଚାୟତକୁ ବିଧବା ଭତା ପାଇଁ ଦୌଡି ଦୌଡି ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଯାନି ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସୁଲୋଚନା ଦେଇ ଅନ୍‌ଲାଇନ୍ ରେ ଆବେଦନ କରିନାହାନ୍ତି । ତେଣୁ ବିଧବା ଭତା ପାଇ ପାରିନାହାନ୍ତି । କିନ୍ତୁ  ସୁଲୋଚନା ଦେଇ ଅନ୍‌ଲାଇନ୍ ରେ ବିଧବା ଭତା ଆବେଦନ କରିଥିବା କଥା କହୁଛନ୍ତି । ତେଣୁ ଏ ସର୍ମ୍ପକେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ସୁଲୋଚନା ଦେଇ ଗ୍ରାମପଞ୍ଚାୟତରେ ଅନ୍‌ଲାଇନ୍ ରେ ବିଧବା ଭତା ଆବେଦନ କରିଥିଲେ ତାହା ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସାଇଡ୍ ରେ ରହିଯାଇଥିବ  ସେ ବ୍ଲକ ସାଇଡ୍ କୁ ପଠାଇଲେ ବିଧବା ଭତା ମିଳିପାରିବ । ତେଣୁ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଅଜୟ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ଜଣାପଡିଲା ଯେ ପଂଚାୟତ ସିରିଏଲ୍ ନଂ ୧୩୮ ଅନ୍‌ଲାଇନ୍ ରେ ସୁଲୋଚନା ଦେଇଙ୍କର ନାମ ରହିଅଛି ।

ସେହିଭଳି ଭାବରେ  ଡିମିରିବାଡି ର  ରମାମଣି ପ୍ରଧାନ, ନାଥପୁର ର ହରଷ  ପ୍ରଧାନ ଙ୍କ ବିଧବା ଭତା ଜାମୁଗଣ୍ଡ ଗ୍ରାମର ଗଙ୍ଗାଧର ନାୟକ ଙ୍କ ବାର୍ଦ୍ଧକ୍ୟ ଭତା , ନେଳିପଡା ଗ୍ରାମର ନିଷା ଦେଇ ଙ୍କର ବାର୍ଦ୍ଧକ୍ୟ ଭତା ,ସାନତୁଲୁବି ଗ୍ରାମ ର ଚମ୍ପତି ବେହେରାଙ୍କ ବାର୍ଦ୍ଧକ୍ୟ ଭତା , ରାଉତରାପୁର ଗ୍ରାମର ସୁଲୋଚନା ପ୍ରଧାନ ଙ୍କ ବାର୍ଦ୍ଧକ୍ୟ ଭତା , ଭେଟବର ଗ୍ରାମର ଶରତ ପଲେଇଙ୍କ ବାର୍ଦ୍ଧକ୍ୟ ଭତା ଓ ସାନଚାକୁଣ୍ଡାଝର ଗ୍ରାମର ଦେବରାଜ ରଣସିଂହ ଙ୍କ ବାର୍ଦ୍ଧକ୍ୟ ଭତା ଅନ୍‌ଲାଇନ୍ ହୋଇଥିଲେ ମଧ୍ୟ ଅନ୍‌ଲାଇନ୍ ତାଲିକା ରଣପୁର ବ୍ଲକ କୁ ପଠାଯାଇନାହିଁ । ସବୁଠାରୁ ବଡ ଦୁଃଖର ବିଷୟ ସାନତୁଲୁବି ଗ୍ରାମର ଉଛ୍‌ବ ପାଇକରାୟ ୧୩ ବର୍ଷର ବାଳକ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଗ୍ରାମପଞ୍ଚାୟତରେ ଭତା ପାଇଁ  ଅନ୍‌ଲାଇନ୍ ହୋଇଥିଲେ ମଧ୍ୟ ତାଙ୍କ ନାମ ବ୍ଲକ ଅନ୍‌ଲାଇନ ତାଲିକାକୁ ପଠାଯାଇନାହିଁ ।  ଯାହାଫଳରେ ଏହି ବ୍ୟକ୍ତିମାନେ ସରକାରଙ୍କ ସାମାଜିକ ସୁରକ୍ଷା  ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ବନ୍ଧମୁଣ୍ଡା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କେଶରୀ ଭଞ୍ଜ କାର୍ଯ୍ୟରେ ଏହିଭଳି ଅବହେଳା କରୁଥିବା ଜାଣି ରଣପୁର ବିଡିଓ ତାଙ୍କୁ ଅନ୍ୟତ୍ର ବଦଳି କରିଥିବା ଜଣାପଡିଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟକ୍ତି ମାନଙ୍କୁ ଭତା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.