Home ଜିଲ୍ଲା ପରିକ୍ରମା ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତକୁ ନେଟୱାର୍କ ସଂଯୋଗ କେବେ ?

ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତକୁ ନେଟୱାର୍କ ସଂଯୋଗ କେବେ ?

39

ନୟାଗଡ ୨୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ୧୮ ଗୋଟି ଗ୍ରାମକୁ ନେଇ ଗଠିତ। ସ୍ୱାଧିନତାର ୭୪ ବର୍ଷ ପରେ ଏହି ପଞ୍ଚାୟତ ମୁଖ୍ୟାଳୟ କୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା ହୋଇଥିଲେ ମଧ୍ୟ ଏବେବି ବିକାଶରେ ପଛୁଆ। ଅନେକ ଗ୍ରାମକୁ ଏବେବି ରାସ୍ତାନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ବିଭାଗକୁ ଡିଜିଟାଲ୍ କରାଇବାକୁ ଚେଷ୍ଠା କରୁଥିଲେ ମଧ୍ୟ ଏହି ପଞ୍ଚାୟତକୁ ଯୋଡା ଯାଇପାରୁନାହିଁ। ତେଣୁ ପିଲାମାନେ ଅନ୍ ଲାଇନ୍ ପାଠପଢିବାକୁ କେଉଁଠି ଗଛ ଉପରେ ଚଢୁଛନ୍ତି ତ ଆଉ କେଉଁଠି ପାହାଡ ପଥର ଉପରକୁ ଯାଉଛନ୍ତି। ଶଙ୍ଖଯୋଡି ଗ୍ରାମରେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରହିଅଛି। ସେଠାରେ ଛାତ୍ରଛାତ୍ରୀ ମାନେ ଓ ପଞ୍ଚାୟତ କର୍ମଚାରୀ ପାଣିଟାଙ୍କି ଉପରକୁ ଚଢି ଅନ୍ ଲାଇନ୍ ପାଠପଢା ଓ ପଞ୍ଚାୟତ କାର୍ଯ୍ୟ କରୁଥିବା ଜଣାପଡିଛି।

ଏପରିକି ଜରୁରୀ ଆବଶ୍ୟକ ହେଲେ ସରକାରୀ ଆମ୍ବୁଲାନ୍ସ କୁ ଡକାଯାଇ ପାରୁନାହିଁ। କାରଣ ମୋବାଇଲ କାମ କରୁନାହିଁ। ଯାହାଫଳରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଏ ସର୍ମ୍ପକେ ଭାରତ ଦୂର ସଂଚାର ବିଭାଗ ରଣପୁର ଦାୟିତ୍ୱରେ ମୋବାଇଲ ଟାୱାର ବୁଝୁଥିବା ନୟାଗଡର କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁର ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ବସାଇବା ପାଇଁ ପ୍ରତି ୩ ମାସରେ ପ୍ରସ୍ତାବ ଦିଆଯାଉଛି। କିନ୍ତୁ ଭାରତ ଦୂର ସଂଚାର ବିଭାଗରେ ଆବଶ୍ୟକିୟ ଅର୍ଥର ଅଭାବ ଯୋଗୁଁ ଟେଲିଫୋନ୍ ଟାୱାର ବସି ପାରୁନାହିଁ। ନୟାଗଡ ଜିଲ୍ଲା ଓ ରାଜ୍ୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ବନ୍ଧମୁଣ୍ଡା ବାସୀ ଅନୁରୋଧ କରିବା ସହ ଘରୋଇ ମୋବାଇଲ କାମ୍ପାନୀକୁ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.