ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତ ବନସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ୍ଧଟିଆ ପୂଜ୍ୟପୂଜା ସଂସଦର ୧୬ତମ ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ରାମଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବାବେଳେ ଦାମୋଦର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ମାୟାଧର ସାମଲ ବାର୍ଷିକ ବିବରଣୀ ପାଠ କରି ସଂସଦର କାର୍ଯ୍ୟକଳାପ ଓ ସଫଳତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏବିଓ ସତ୍ୟସୁନ୍ଦର ପରିଡା ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରବିନ୍ଦ୍ର ପାଣିଗ୍ରାହି, ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଟୁନିବାଳା ବିଶ୍ୱାଳ ଓ ଅଧ୍ୟାପକ ଚିତ୍ତରଂଜନ ଦାଶ ଉପସ୍ଥିତ ଥିଲେ।ସମାରୋହରେ ୨୪ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଓ ରାଧାବଲ୍ଲଭପୁର ପଞ୍ଚାୟତର ପ୍ରଥମ ସରପଞ୍ଚ ମୁରଲୀଧର ସାହୁଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ସେହିପରି ସଂସଦର ୯ ଜଣ ଦିବଂଗତ ସଦସ୍ୟଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବୟିତ୍ରୀମାନେ କବିତା ପାଠ କରିଥିଲେ। ଏହାସହ ୬ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ସମାରୋହରେ ଟୁନିବାଳା ବିଶ୍ୱାଳଙ୍କ ରଚିତ ”ମୁଁ ପରା ମୋ ଛାଇ” ଓ ଦାମୋଦର ସାହୁଙ୍କ ”ଅତି ସରଧାରେ କସା ଫଳ” ପୁସ୍ତକ ଉନ୍ମୋଚନ କରାଯାଇଥିଲା।ଗ୍ରାମାଞ୍ଚଳର ଗୁପ୍ତ ପ୍ରତିଭାମାନଙ୍କୁ ମଞ୍ଚ ଦେବା ସହିତ ସମାଜରେ ଏକତା, ଶିକ୍ଷା ଓ ସହଯୋଗୀତା ବୃଦ୍ଧି କରିବା ସଂସଦର ମୂଖ୍ୟ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଥିଲେ। ୨୦୧୧ ମସିହାରୁ ସଂସଦ ବିଭିନ୍ନ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ରହିଆସୁଅଛି।ବିଦ୍ୟାଧର ରାଉତ, ବସନ୍ତ ବେହେରା, କୈଳାଶ ବେହେରା, ହୃଷୀକେଶ ପଣ୍ଡା, ମିତା ମଞ୍ଜରୀ ବେହେରା, ବୈଷ୍ଟମ୍ୱ ସାହୁ, ଭରତ ଚନ୍ଦ୍ର ମଳିକ, ଛାୟାକାନ୍ତ୍ ମଲ୍ଲିକ, ମନୋଜ୍ ଭୂୟାଁ, ପ୍ରତାପ ଦାସ, ହେମେନ୍ଦ୍ର ମହାନ୍ତି, ଧରଣୀଧର ସାହୁ, ସଂଯୁକ୍ତା ଦାସ, ଅହଲ୍ୟା ବେହେରା ପ୍ରମୁଖ ସହଯୋଗ କରିଥିଲେ।








