Home ଜିଲ୍ଲା ପରିକ୍ରମା ବନ୍ଧଟିଆ ପୂଜ୍ୟପୂଜା ସଂସଦର ପକ୍ଷରୁ ଷୋଡଶ ବାର୍ଷିକ ଉତ୍ସବ ନେଇ ପ୍ରସ୍ତୁତି ବୈଠକ

ବନ୍ଧଟିଆ ପୂଜ୍ୟପୂଜା ସଂସଦର ପକ୍ଷରୁ ଷୋଡଶ ବାର୍ଷିକ ଉତ୍ସବ ନେଇ ପ୍ରସ୍ତୁତି ବୈଠକ

0

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ କଲ୍ୟାଣ ପଂଚାୟତ ବନସ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଂଚଳିକ ପୂଜ୍ୟପୂଜା ସଂସଦ ବନ୍ଧଟିଆ ପକ୍ଷରୁ ଷୋଡଶ ବାର୍ଷିକ ଉତ୍ସବ ପାଳନ ନେଇ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂସଦର ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଏପ୍ରିଲ ମାସର ୫ତାରିଖରେ ବାର୍ଷିକ ଉତ୍ସବ ଆୟୋଜନ କରିବାକୁ ନିର୍ଣ୍ଣୟ ହୋଇଥିଲା। ଉତ୍ସବକୁ ସଫଳ ଭାବେ ପାଳନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆମନ୍ତ୍ରଣ କରାଯିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାସହ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବା ସହ ଉତ୍କୃଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତି ହୋଇଛି। ଆଜିର ବୈଠକରେ ସଂସଦର ସମ୍ପାଦକ ଅଜୟ ସାମାଲ୍‌, ଉପସଭାପତି ଦାମଦର ସାହୁ, ନରେନ୍ଦ୍ର ମଲ୍ଲିକ ଦାମୋଦର ମଲ୍ଲିକ, ସୂର୍ଯ୍ୟକାନ୍ତ ନାୟକ, ଗଙ୍ଗାଧର ମଲ୍ଲିକ, ବିଦ୍ୟାଧର ରାଉତ, ଭରତ ମଳିକ, କୃଷ୍ଣ ଚନ୍ଦ୍ର ଜେନା, ନାରାୟଣ ରାଉତରାୟ, ମିତା ମଞ୍ଜରୀ ବେହେରା, ଗୌତମ ସାହୁ, ବୈଷ୍ଣବ ସାହୁ, ପ୍ରତାପ ଦାସ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସଂସଦର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର କବି, କବୟିତ୍ରୀ, ଗଳ୍ପିକ ଓ ଅନ୍ୟାନ୍ୟ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣି ତାଙ୍କୁ ଲୋକଲୋଚନରେ ପରିଚିତ କରାଇବା। ଏହାସହ ପରିବାର ଓ ସମାଜରେ ଏକତା, ଶିକ୍ଷା ଓ ସହଯୋଗୀତା ବୃଦ୍ଧି କରିବାକୁ ସଂସଦ ପ୍ରୟାସରତ। ୨୦୧୧ ମସିହାରୁ ସଂସଦ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିରନ୍ତର ସକ୍ରିୟ ରହିଆସିଛି। ବିପଦ ସମୟରେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ, ବନ୍ୟା ସମୟରେ ସହଯୋଗ ଓ କୋଭିଡ୍ ସମୟରେ ସଚେତନତା ସୃଷ୍ଟି କରିଥିବା ସଂସଦ ବର୍ତମାନ ସାଇବର କ୍ରାଇମ୍ ବିଷୟରେ ଲୋକଙ୍କୁ ସଚେତନ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.