Home ଜିଲ୍ଲା ପରିକ୍ରମା ବନ୍ଧଟିଆ ଠାରେ ୫ ଦିନିଆ ଯୋଗ ଶିବିର

ବନ୍ଧଟିଆ ଠାରେ ୫ ଦିନିଆ ଯୋଗ ଶିବିର

18

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ପଂଚାୟତ ବନ୍ଧଟିଆସ୍ଥିତ ଶ୍ରୀ ଗଣେଶ ମଠ ପରିସରରେ ପତଞ୍ଜଳି ଯୋଗ ସମିତି ପକ୍ଷରୁ ୫ଦିନିଆ ଯୋଗ ଶିବିର ଆରମ୍ଭ ହୋଇଛି । ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯୋଗ ଶିବିର ଆସନ୍ତା ଗୁରୁବାର ଦିନ ଉଦଯାପିତ ହେବ । ଏହି କାର୍ଯ୍ୟକ୍ରମକୁ ସାହିତ୍ୟିକ ଅର୍ଜୁନ ଚରଣ ପଣ୍ଡା ଉଦଘାଟନ କରିଥିଲେ । ଜିଲା ପ୍ରଭାରୀ ପ୍ରତାପ କୁମାର ପଟ୍ଟନାୟକ ଯୋଗଦେଇ ଯୋଗ ସଂପର୍କରେ ଲୋକଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ଖିଲାର, ପତଞ୍ଜଳି ମହିଳା ପ୍ରଭାରୀ ଅର୍ଚ୍ଚିତା ମହାନ୍ତି, ଜିଲା ମହିଳା ସହପ୍ରଭାରୀ ସଂଗୀତା ଦାସ, ଦିଗମ୍ଭର ମହାପାତ୍ର, ସୁଧାକର ବେହେରା, ସୁରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିପିନ ବିହାରୀ ପଣ୍ଡା, ଅଶୋକ ମଲିକ, ମନୋଜ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ । ଏହି ଶିବିରରେ ଆଖପାଖ ଅଂଚଳରୁ ଦୈନିକ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ଯୋଗ ଶିକ୍ଷା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.