Home ଆନ୍ତର୍ଜାତୀୟ ବନ୍ଦ ହୋଇଯିବ ଇଣ୍ଟରନେଟ!

ବନ୍ଦ ହୋଇଯିବ ଇଣ୍ଟରନେଟ!

310

ଭୁବନେଶ୍ୱର;୧୨,ଅକ୍ଟୋବର:ବନ୍ଦ ହୋଇଯିବ ଇଣ୍ଟରନେଟ!ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଆଗାମୀ ଦୁଇ ଦିନ ଏପରି ପରିସ୍ଥିତି ସୃଷ୍ଟି କରିପାରେ।ସୂଚନା ଅନୁସାରେ ଆଗାମୀ ଦୁଇ ଦିନ ସାରା ଦୁନିଆରେ ଇଂଟରନେଟ୍ ସେବା ବନ୍ଦ ହୋଇପାରେ।ରସିଆ ଟୁଡ଼େର ରିପୋର୍ଟ ଅନୁସାରେ,ଇଣ୍ଟରନେଟ୍ ଉପଭୋକ୍ତାଙ୍କ ଆଗାମୀ ୪୮ ଘଂଟା କଷ୍ଟକର ହୋଇପାରେ।ମେନ୍ ଡୋମେନ୍ ସର୍ଭର ଓ ଏହାସହ ଜଡ଼ିତ ନେଟଓ୍ବର୍କ ଇନଫ୍ରାଷ୍ଟକଚର କିଛି ସମୟ ପାଇଁ ବନ୍ଦ ରହିବା ଯୋଗୁଁ ଏପରି ଅସୁବିଧା ଉପୁଜିବ ବୋଲି ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁସାରେ Internet Corporation For Assigned Names and Numbers.(ICANN)  ଏହି ଅବଧି ଭିତରେ ପରିଚାଳନା ସହ ଜଡ଼ିତ କାମ କରିବ ଏବଂ ଏହି ସମୟରେ ((ICANN)ର କ୍ରିପ୍ଟୋଗ୍ରାଫିରେ ପରିବର୍ତ୍ତନ ହେବ, ଯାହା ଇଂଟରନେଟର ଡୋମେନ୍ ନେମ୍ ସିଷ୍ଟମକୁ ସୁରକ୍ଷିତ କରିବ। ସାଇବର ଠକେଇ ଓ ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ଏପରି କରିବା ଜରୁରୀ ବୋଲି ସୂଚନା ମିଳିଛିି।ସୁରକ୍ଷିତ,ସ୍ଥିର ଏବଂ ଡିଏନଏସ୍ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ୱରେ କିଛି ସମୟରେ ପାଇଁ ନେଟ୍ ବନ୍ଦ ରଖିବା ଜରୁରୀ ହୋଇପଡ଼ିଛି।ଇଣ୍ଟରନେଟ୍ ଉପଭୋକ୍ତା,ନେଟୱର୍କ ଅପରେଟର କିମ୍ବା ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଯଦି ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି,ତେବ ଆଗାମୀ ସମୟରେ ଆଉ ଅଧିକ ଅସୁବିଧା ଉପୁଜିବ ।

ଇଣ୍ଟରନେଟ ଉପଭୋକ୍ତାମାନେ ଆଗାମୀ ୪୮ ଘଂଟା ମଧ୍ୟରେ ୱେବ୍ ପେଜ୍ ଚଳାଇ ପାରିବେ ନାହିଁ।ଏହା ସହ ଅନଲାଇନ୍ ନେଣଦେଣ ଉପରେ ଅସୁବିଧା ହୋଇପାରେ।ଏହା ବ୍ୟତୀତ ଉପଭୋକ୍ତ ପୁରୁଣା ଆଇପିଏସ୍ ବ୍ୟବହାର କରୁଥିଲେ ସେମାନଙ୍କୁ ଗ୍ଲୋବାଲ ନେଟୱର୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଣା ପଡ଼ିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.