Home ଜିଲ୍ଲା ପରିକ୍ରମା ବନ୍ଦେ ଉତ୍କଳ ସାମାଜିକ ସଙ୍ଗଠନ ସେବା କାର୍ଯ୍ୟ ବୈଠକ

ବନ୍ଦେ ଉତ୍କଳ ସାମାଜିକ ସଙ୍ଗଠନ ସେବା କାର୍ଯ୍ୟ ବୈଠକ

26

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀ ଶାରଦା ବିଦ୍ୟାମନ୍ଦିର ପରିସରରେ ରବିବାର ବନ୍ଦେ ଉତ୍କଳ ସାମାଜିକ ସଙ୍ଗଠନର ସେବା କାର୍ଯ୍ୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନର ଆବାହକ ଆଇନଜୀବି ସୁଧାଂଶୁ ଶେଖର ନାୟକଙ୍କ ସଭାପତିତ୍ୱ ଓ ଶିକ୍ଷକ ନିର୍ମଳ ଚନ୍ଦ୍ର ସେନାପତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମେଶ ଚନ୍ଦ୍ର ରାଉତ ମୁଖ୍ୟଅତିଥି, ଶିଶୁସୁରକ୍ଷା ଅଭିଯାନ ସଦସ୍ୟା ସୁଜାତା ଜେନା, ଆନ୍ତର୍ଜାତୀୟ କ୍ରୀଡାବିତ ରାଖାଲ ଚନ୍ଦ୍ର ସେଠୀ, ରୋଟାରିଆନ ସଞ୍ଜିବ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାଁ ମାଟିରେ ଜନ୍ମ ହୋଇଥିଲୁ ଓ ଗାଁ ମାଟି ରେ ଶେଷ ଜୀବନ କାଟିବୁ । ଅବସର ପରେ ଗାଁ ମାଟିର ସେବା କରି ଜୀବନକୁ ସାର୍ଥକ କରିବୁ । ଏଭଳି ଉଦ୍ଦେଶ୍ୟ ନେଇ ଭଣ୍ଡାରିପୋଖରୀ ଅଞ୍ଚଳରେ ସୃଷ୍ଟି ହୋଇଛି ଅଣରାଜନୈତିକ ‘ବନ୍ଦେ ଉତ୍କଳ ସାମାଜିକ ସଙ୍ଗଠନ’ ।

ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ସହାୟତା କରିବା, ଚିକିତ୍ସା ପାଇଁ ଅସହାୟକୁ ସହାୟତା କରିବା, ପରିବେଶ ସୁରକ୍ଷା କରିବା, ଅଦୃଶ୍ୟ ବିକାଶକୁ ସୁଦୃଶ୍ୟ କରିବା ଏହି ସଙ୍ଗଠନର ଲକ୍ଷ୍ୟ ବୋଲି ମତ ରଖିଥିôଲେ । ଅନ୍ୟାମନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ମହାନ୍ତି, ଫକୀର ଚରଣ ଧଳ, ବାମନ ଚରଣ ଜେନା ବକ୍ତବ୍ୟ ରଖିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗଗନ ସେଠୀ, ଏହି ଅବସରରେ ସଙ୍ଗଠନ ପକ୍ଷରୁ ଶିଶୁସୁରକ୍ଷା ଅଭିଯାନ ସଦସ୍ୟା ଶ୍ରୀମତୀ ଜେନା, ଆନ୍ତର୍ଜାତୀୟ କ୍ରୀଡାବିତ ଶ୍ରୀ ସେଠୀ, ରୋଟାରିଆନ ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁରୁଜୀ ନିର୍ମଳ ସେନାପତି ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ କରିଥବବ ବେଳେ ସବୁଜବାହିନୀ ସଭାପତି ବିରଞ୍ôଚ ନାରାୟଣ ଲେଙ୍କା ଧନ୍ୟବାଦ ଦେଇଥିଲେ । ବିଦ୍ୟାମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବିରେନ୍ଦ୍ର ନାୟକ, ନିରଞ୍ଜନ ରାଉତ, ବିଶ୍ୱଜିତ ଦେଓ, ଶଙ୍କର୍ଷଣ ଜେନା ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ । ଏଥିସହ ସ୍ଥାନୀୟ ରଣଜିତ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବିତରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.