କଟକ : ୨୮/୨ (ଓଡ଼ିଆ ପୁଅ /ଅଭୟ ଜେନା) ଓଡିଶାର ଲୋକପ୍ରିୟ ସଂଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଅତି ସୁନ୍ଦର ଭାବରେ ଗାଇଛନ୍ତି ରାଜ୍ୟପାଳ। ତାଙ୍କ ସହିତ ଲୋକପ୍ରିୟ ତଥା ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ କଣ୍ଠଶିଳ୍ପୀ ଦିପ୍ତୀରେଖା ରହିଥିଲେ। ତେବେ ଏହି ସଂଗୀତ ଗାଇବା ସମୟରେ ଆତ୍ମବିଭୋର ହୋଇଯାଇଥିଲେ ରାଜ୍ୟପାଳ। ରାଜ୍ୟପାଳ ଦ୍ଵିତୀୟ ଥର ପାଇଁ ଓଡ଼ିଆ ଗୀତ ଗାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହାସହିତ ଏହି ସଙ୍ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟପାଳ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ନୂଆ ରୂପରେ ବର୍ଣ୍ଣନା କରାଯାଇଥିବା ବେଳେ, ପୁର୍ବରୁ ମାଟି ଓଡିଶା ଜାତି ଓଡିଶା ଗୀତ ଗାଇଥିଲେ ରାଜ୍ୟପାଳ। ଆଉ ସେହି ଗୀତଟି ଅଧିକ ଲୋକପ୍ରିୟ ହୋଇଥିଲା। ଗୀତର ରେକଡ଼ିଂ ମିଲନ ଷ୍ଟୁଡିଓ ରେ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ପୁରୀ ସ୍ଥିତ ରାଜଭବନରେ ସୁଟିଂ କରାଯିବା ନେଇ ସହମତି ପ୍ରକାଶ କରିଛନ୍ତି ରାଜ୍ୟପାଳ। ଏହି ଗୀତରେ ନିର୍ଦ୍ଦେଶନା ଦାଇତ୍ୱ ତୁଲାଇଛନ୍ତି ଓଡିଶା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏବଂ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଦିପ୍ତିରେଖା।
ରାଜ୍ୟପାଳ ଭୁବନେଶ୍ୱର ରାଜଭବନରୁ ବାହାରି ମିଲନ ଷ୍ଟୁଡିଓ ରେ ମାତ୍ର ୪୫ ମିନିଟ ରହି ଗୀତ ଗାଇ ଫେରିଯାଇଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।