Home ଜିଲ୍ଲା ପରିକ୍ରମା ‘ବନ୍ଦେ ଉତ୍କଳ ଜନନୀ’ କୁ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧରେ ତୋଳି ଧରିଛି, ଭଦ୍ରକ ସାଂସ୍କୃତିକ...

‘ବନ୍ଦେ ଉତ୍କଳ ଜନନୀ’ କୁ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧରେ ତୋଳି ଧରିଛି, ଭଦ୍ରକ ସାଂସ୍କୃତିକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

7

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଷ୍ଟ୍ରନେତା ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବ,ବିପ୍ଲବୀ କବି ବଂଶୀ ବଲ୍ଲଭ ଗୋସ୍ୱାମୀ, କବି ଶେଖର ଚିନ୍ତାମଣି ମହାନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି,କେଶବ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଭଦ୍ରକ ମାଟିରେ ଯେଉଁ ସ୍ମୃତି ହୋଇ ରହିଛନ୍ତି ଓ କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ ଭଳି ଜାତୀୟ ସଂଗୀତ ଆମ ମାଟିର ଅସ୍ମିତାକୁ ଉର୍ଦ୍ଧରେ ତୋଳି ଧରିଛି ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବ ର ଚତୁର୍ଥ ସଂଧ୍ୟାରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି । କମିଟି ର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଦଲ କିଶୋର ମହାପାତ୍ର ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପସଭାପତି ମନୋରମା ରାୟ ମଂଚ ଆମନ୍ତ୍ରଣ , ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ପ୍ରଦାନ , ଅଞ୍ଜନା ମିଶ୍ର,ଶଶିକଳା ମିଶ୍ର, ଦମୟନ୍ତୀ ରାଉତ,ଚଇତାଳି ଖିଲାର,ତେଜଲଷ୍ମୀ ଦାସ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ବ୍ୟାଚ ପ୍ରଦାନ ସହ ପ୍ରାରମ୍ବିକ ସଂଗୀତ ଗାନକରିଥିଲେ । ବେଦ ପାଠ କରିଥିଲେ ଜାନକୀ ପାଢ଼ୀ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ଉପଦେଷ୍ଟା ସ୍ମୁତିରଞ୍ଜନ ସାହୁ, ଜଗବନ୍ଧୁ ବେହେରା,ଅତିଶ ଦାସ,ପ୍ରଭାତ ଦାସ, ମଳୟ ପରିଡ଼ା,କମଳ ଲୋଚନ ପଣ୍ଡା,ଶୁଭଦିପ ମଲ୍ଲିକ,ସୀତାକାନ୍ତ ପାଢ଼ୀ, ବିଜୟ କୁଅଁର,ସୁଭ୍ରକାନ୍ତ ରାଉତ ରାୟ,ସୀତାକାନ୍ତ ପାଢ଼ୀ, ଆବାହକ ଅବିନାଶ ପଣ୍ଡା, ,ଅଜୟ ପଣ୍ଡା,ରାଜେଶ ଦାସ, ଶୁଭଦୀପ ମଳ୍ପିକ, ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ କେ ଜିତୁ ଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯାଇଥିଲା । ହମିରିବିନ୍ଧା ସରକାରୀ ବିଦ୍ୟାଳୟ ପିଲାମାନଙ୍କ ପକ୍ଷରୁ ପ୍ରାରମ୍ବିକ ସଂଗୀତ ଓ ଯାଦୁକର ଶାନ୍ତନୁ ଦଳେଇ ଯାଦୁଖେଳ ଦେଖାଇଥିଲେ । ପରିବେଷଣ କରାଯାଇଥିଲା କ୍ଷଶେଷରେ କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.