Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା

ବନ୍ତ ବ୍ଲକ୍ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା

32

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ବିଶେଷ ମୂହୁତ ରେ ଭୁବନେଶ୍ୱର ସ୍ଥିତ ହୋଟେଲ ମେଫେୟାର ଠାରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ବନ୍ତ ବ୍ଲକ୍ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେଇ,ଯୁବନେତା ତଥା ବସନ୍ତିଆ ସମିତିସଭ୍ୟାଙ୍କ ପ୍ରତିନିଧି ଲାଲା ସ୍ୱାଇଁ,ନିଳୋକ ସମିତିସଭ୍ୟ ଉଦ୍ଧବ ଚରଣ ସେଠୀ,ଗଣିଜାଙ୍ଗ ସମିତିସଭ୍ୟ ମନୋରଞ୍ଜନ ସେଠୀ,ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ,ବଡ଼ମଇଁଷିଗୋଠ ସମିତିସଭ୍ୟାଙ୍କ ପ୍ରତିନିଧି ପଦ୍ମଲୋଚନ ନାଥଶର୍ମା,ବିଟିପୁର ସମିତିସଭ୍ୟାଙ୍କ ପ୍ରତିନିଧି ବସନ୍ତ ପତି ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ କରିବା ନେଇ ମତପ୍ରକାଶ କରିଥିଲେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଘଡେଇ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.