Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍‌ର ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ୮ ବର୍ଷ ଧରି ଅଧା ବାଉଣ୍ଡାରୀ ୱାଲ୍‌ରେ...

ବନ୍ତ ବ୍ଲକ୍‌ର ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ୮ ବର୍ଷ ଧରି ଅଧା ବାଉଣ୍ଡାରୀ ୱାଲ୍‌ରେ ସୀମିତ

13

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଏବେ କ୍ରୀଡା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି। ପୂର୍ବ ସରକାର ଓ ଏବେକାର ସରକାର ଉଭୟ କ୍ରୀଡାର ବିକାଶକୁ ପ୍ରାଧାନ୍ୟ ଦେବା ସହ ବିଶେଷକରି ଗ୍ରାମାଂଚଳରେ କ୍ରୀଡାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିପୁଳ ଆର୍ଥିକ ଅନୁଦାନ ମଧ୍ୟ ଦେଇଚାଲିଛନ୍ତି। ପ୍ରତ୍ୟେକ ବ୍ଲକ୍‌ରେ ମିନି ଷ୍ଟାଡିୟମ୍ ନିର୍ମାଣ କରିବା ସହ ଗ୍ରାମାଂଚଳ ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ତେବେ ସରକାରଙ୍କ ଏହି ଯୋଜନା (ମିନି ଷ୍ଟାଡିୟମ୍‌) ଭଦ୍ରକ ଜିଲାରେ ଆଶାନୁରୂପ ସଫଳତା କରିନାହିଁ। ପ୍ରଶାସନିକ ଉଦାସୀନତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ଯୋଜନାର ବିଫଳତା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟରୁ ଦୂରେଇ ଯାଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବନ୍ତ ବ୍ଲକ୍‌ରେ। ୨୦୧୬ ରେ ବନ୍ତ ବ୍ଲକ୍ ନେତାଜୀ ପ୍ଲେ ଗ୍ରାଉଣ୍ଡକୁ ପୂର୍ବ ସରକାର ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ସ୍ୱୀକୃତି ଦେଇଥିଲେ। ଏଥିପାଇଁ ଯୁବ ଓ କ୍ରୀଡା ବିଭାଗ ପକ୍ଷରୁ ତା ୭.୭.୨୨ ରିଖରେ ୨୦ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଧ୍ୟ ମିଳିଥିଲା। ଏହି ଆର୍ଥିକ ଅନୁଦାନରେ କେବଳ ଷ୍ଟାଡିୟମ୍‌ର କିଛି ଅଂଶରେ ବାଉଣ୍ଡାରୀ ୱାଲ୍ ନିର୍ମାଣ କରାଯାଇଛି। ୮ ବର୍ଷ ବିତିଯାଇଥିଲେ ମଧ୍ୟ ଅଧା ଖଣ୍ଡିଆ ବାଉଣ୍ଡାରୀ ୱାଲ୍ ନିର୍ମାଣ କରାଯାଇ ମିନି ଷ୍ଟାଡିୟମ୍‌ଟି ପଡିରହିଛି। ସୂଚନାଯୋଗ୍ୟ ଜିଲାର ବନ୍ତ ବ୍ଲକ୍‌କୁ କ୍ରୀଡାର ଏନ୍ତୁଡିଶାଳ କୁହାଯାଇଥାଏ। ଏହି ଅଂଚଳରୁ ବହୁ କ୍ରୀଡାବିତ ଭଲିବଲ୍‌, କ୍ରିକେଟ୍‌, ରଗ୍‌ବି ଆଦି ଖେଳରେ ଓଡ଼ିଶା ତରଫରୁ ପ୍ରତିନିଧ୍ୱିତ୍ୱ କରି ସୁନାମ ଅର୍ଜିଥିଲେ। ଷ୍ଟାଡିୟମ୍‌ଟି ୮ ବର୍ଷ ଧରି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିବା ଫଳରେ ସ୍ଥାନୀୟ ଖେଳାଳିମାନଙ୍କ ମନୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖେଳାଳିମାନଙ୍କ ତରଫରୁ ଏହି ଅବହେଳା ସଂପର୍କରେ ଜିଲାପାଳଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଶେଷକରି ନିର୍ମାଣ ଦାୟିତ୍ୱରେ ଥିବା ବିଡିଓ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇନାହାଁନ୍ତି। ଯାହାଫଳରେ ସରକାରଙ୍କ ନୀତି ନିର୍ଦ୍ଧାରଣ ଅନୁସାରେ ଏମ୍‌.ପି ଓ ଏମ.ଏଲ୍‌. ଏ. ଲାଡ୍ ଫଣ୍ଡର ଆର୍ଥିକ ଅନୁଦାନ ଆଜିଯାଏ ମିଳିପାରିନାହିଁ। କ୍ରୀଡାମନ୍ତ୍ରୀ ଏବେ ଏହି ଜିଲାରୁ ହୋଇଥିବାବେଳେ ନିର୍ମାଣ କରାଯାଉଥିବା ଷ୍ଟାଡିୟମ୍‌ଟି କେବଳ ଅସ୍ଥିତ୍ୱ ଜାହିର କରିଛି ସତ ସରକାରଙ୍କ ମୂଳଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଫଳରେ କ୍ରୀଡାବିତ୍ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଷ୍ଟାଡିୟମ୍‌ର ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବାକୁ ବନ୍ତ ପଂଚାୟତର ସରପଂଚ ମାନସୀରାଣୀ ରାଉତ ଜିଲା ପ୍ରଶାସନ ଜରିଆରେ କ୍ରୀଡାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.