Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ୍‌ରେ ମିଳିତ ଜନଶୁଣାଣୀ ଶିବିର

ବନ୍ତ ବ୍ଲକ୍‌ରେ ମିଳିତ ଜନଶୁଣାଣୀ ଶିବିର

6

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ର ବନ୍ତ୍ ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ମୂଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଅଧ୍ୟକ୍ଷ ବନ୍ତ ପଂଚାୟତ ସମିତି, ମୂଖ୍ୟ ଚିକିତ୍ସ।ଧିକାରୀ ଡ. ସୁଧାଂଶୁ ଶେଖର ବଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁପ ଅଭିଷେକ ବେହେରା, ଡେପୁଟି କଲେକ୍ଟର କରୁଣାକର ଧିନ୍ଦା , ଗୋଷ୍ଟି ଉନ୍ନୟନ ଅଧିକାରୀ, ବନ୍ତ, ତହସିଲଦାର, ବନ୍ତ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୦୪ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୭୯ ଟି ବ୍ୟକ୍ତିଗତ ଥିଲାବେଳେ , ୨୧ଟି ସାମୁହିକ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨ ଜଣଙ୍କୁ ୨୮୦୦୦ ଟଙ୍କା ଓ ରେଡକ୍ରସ ରୁ ୨ ଜଣଙ୍କୁ ୨୧୦୦୦ ଟଙ୍କା ମୋଟ ୪୯୦୦୦ଟଙ୍କା , ୩ ଜଣ ଭିନ୍ନକ୍ଷମଙ୍କୁ ତିନି ଚକିଆ ଯାନ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.