
ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜିି ଦିନିକିଆ ଗ୍ରସ୍ତରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକ ଗ୍ରସ୍ତରେ ଆସି ବନ୍ତ ବ୍ଲକର ଛୟାଳସିଂହ ପଂଚାୟତ କାର୍ଯ୍ୟଳୟ ଠାରେ ପହଂଚିବା ପରେ ବିଭିନ୍ନ ଅଂଚଳରୁ ଚାଷୀ ମାନେ ଆଣିଥିବା ପଚା ଓ ଗଜା ଧାନ ବିଡାକୁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ ଦୁଃଖ ଜଣାଇଥିଲେ । ତାଙ୍କ ସହ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦୀଲିପ ରାଉତରାୟ, ଜିଲା ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦିପ୍ ସମ୍ପତ୍, ଭଣ୍ଡାରିପୋଖରୀ ବିଜେପି ବିଧାନସଭା ନେତା ସୁଧାଂଶୁ ଶେଖର ନାୟକ, ଛୟାଳସିଂ ସରପଂଚ ସତ୍ୟଭାମା ଧଳ,ଜିଲା ଅତିରିକ୍ତ ପ୍ରକଳ୍ପ ନିଦେର୍ଶକ (ଆତ୍ମା) ବିଶ୍ୱ ରଞ୍ଜନ ରାଉତ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି,ଗ୍ରାମ୍ୟ କୃଷି କର୍ମଚାରି ରଶ୍ମି ରଞ୍ଜନ ଜେନା, ସହ ବୈଷୟିକ ପରିଚାଳକ ତାପସ ବେହେରା, ମଦନ ମୋହନ ରାଉତ, ବନ୍ତ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଶତାଧିକ ଅଗ୍ରଣୀ ଚାଷୀ, ମହିଳା ସଂଗଠନର କର୍ମକର୍ତା, ଆଶା, ଅଙ୍ଗନଓା୍ୱଡ଼ି କର୍ମୀମାନଙ୍କୁ ତାଙ୍କ ସରକାର ଲୋକମାନଙ୍କ ସରକାର ବୋଲି କହିଥିବା ବେଳେ ନିଜେ କ୍ଷେତ୍ରିୟ ତଦନ୍ତରେ ଆସିଛୁ, ଖୁବ୍ ଶିଘ୍ର କ୍ଷୟ କ୍ଷତିର ଆକଳନ କରାଯିବ। ପଞ୍ଜିକରଣ କ୍ଷେତ୍ରରେ ସ୍ୱୟଂ ସହାୟକ ଗୋଷ୍ଠିର ମାଆ ମାନେ ସହଯୋଗ କରିବାକୁ ସେ କହିଥିଲେ। ପ୍ରାରମ୍ଭରେ ଯୁବ ନେତା ସନ୍ତୋଷ ନାୟକଙ୍କ ତତ୍ୱାବଧାନରେ ପଂଚାୟତ ସଭାପତି ଗଦାଧର ରାଉତ, ବରିଷ୍ଠ ବିଜେପି ନେତା କମଳା କାନ୍ତ ସାହୁ, ସୁଧିର ନାୟକ, ଗୋପାଳ କୃଷ୍ଣ ଦାଶ, କୃଷକ ନେତା ଶଙ୍କର୍ଷଣ ଜେନା,ଅଶୋକ ପରିଡ଼ା, ଅମୁଲ୍ୟ ରତ୍ନ ନନ୍ଦ ପ୍ରମୁଖ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପ୍ରକାଶ ଥାଉକି, ଏହି ବ୍ଲକରେ ୧୭ ହଜାର ୨ହେକ୍ଟର ଜମିରେ ଧାନ ଚାଷ କରାଯାଇଥିଲା। ଗତ ବାତ୍ୟା ଦାନାରେ ୫ଶହ ୬୫ ହେକ୍ଟର ଧାନ ନଷ୍ଟ ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷିର ମେରୁଦଣ୍ଡ ଭାଙ୍ଗିଦେଇଛି।