Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକରେ ସାଇବର ସୁରକ୍ଷା ଅଭିଯାନ

ବନ୍ତ ବ୍ଲକରେ ସାଇବର ସୁରକ୍ଷା ଅଭିଯାନ

25

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବନ୍ତ ବ୍ଲକରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ତ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ତତ୍ୱାବଧାନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଭଦ୍ରକ ପୋଲିସ ମୁଖ୍ୟାଳୟର ସାଇବରସେଲ୍ ଇନ୍ସପେକ୍ଟର ସଂଗ୍ରାମ କୁମାର ପଟ୍ଟନାୟକ ଯୋଗଦେଇ ସାଂମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତି ମୂହୁର୍ତ୍ତରେ ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ୍‌ଆଇ ରଞ୍ଜିତା ବେହେରା, ବିଦ୍ୟାଳୟର ସହପ୍ରଧାନଆଚାର୍ଯ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ସନ୍ତୋଷ କୁମାର ଜେନା ସହଯୋଗ ଥିଲେ ।

ସେହିପରି ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବନ୍ତ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଗରପଡା ବଜାର, କାଦବରାଙ୍ଗ ବଜାର, ପଳସା ବଜାର ଓ ସେଣ୍ଢତୀରା ବଜାରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ବନ୍ତ ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବଜାର ପରିକ୍ରମା କରିବା ପରେ ମେଡିକାଲ ଛକରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ତ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ସାଇବର ସୁରକ୍ଷା ସେଲ୍‌ର ଅଧିକାରୀ ସଂଗ୍ରାମ କୁମାର ପଟ୍ଟନାୟକ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ ଯୋଗ ଦେଇ ସାଇବର ଅପରାଧର ଶିକାର ହେଉଥିବା ଜନସାଧାରଣ ପୋଲିସର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ । ଶୋଭାଯାତ୍ରାରେ ବରିଷ୍ଠ ନାଗରିକ ସଂଘର ଭାସ୍କର ଚନ୍ଦ୍ର ପାଢୀ, ଡ. ଶୁଭେନ୍ଦ୍ର କୁମାର ମିଶ୍ର, କମଳାକାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବାରିକ, ଗଣେଶ ପ୍ରସାଦ କରଶର୍ମା, ରତ୍ନାକର ଦାସ, ଗୋପବନ୍ଧୁ ସେଠୀ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ମୂଳକ ବକ୍ତବ୍ୟ, ଓଡଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.