Home ଜିଲ୍ଲା ପରିକ୍ରମା ବନ୍ତ: ବିଭିନ୍ନ ସ୍ଥାନରେ ରଥ ଟଣା କାର୍ଯ୍ୟ ସମ୍ପର୍ଣ୍ଣ

ବନ୍ତ: ବିଭିନ୍ନ ସ୍ଥାନରେ ରଥ ଟଣା କାର୍ଯ୍ୟ ସମ୍ପର୍ଣ୍ଣ

10

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବକ୍ଲର ଅନ୍ୟତମ ପ୍ରସିଦ୍ଧ ଆଗରପଡାର ରଥଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ସକାଳେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଦିଅଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବେଶପୂଜା, ମଙ୍ଗଳାର୍ପଣ ପରେ ଛେରାପହଁରା କାର୍ଯ୍ୟ କରାଯାଇ ତିନି ଦିଅଙ୍କୁ ରଥା ରୂଢ କରାଯାଇଥିଲା। ଠାକୁର ରାଜା ସୁପ୍ରୀମ କୋର୍ଟ ଆଇନଜିବୀ ଜଗତ ମୋହନ ସିଂହ ଛେରା ପହଁରା କାର୍ଯ୍ୟ କରିଥିଲେ। ଅପରାହ୍ନ ୫ ଘଟିକାରେ ହଜାର ହଜାର ଭକ୍ତଙ୍କ ଗହଣରେ ବିଟିପୁର ସ୍ଥିତ ଜଗନ୍ନାଥ ମନ୍ଦିରରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା କଲେଜଛକ ସ୍ଥିତ ମାଉସୀ ମା ମନ୍ଦିରରେ ରଥ ପହଞ୍ôଚଥିଲା । ମୁଖ୍ୟ ପୂଜକ ସଂଗ୍ରାମ ସାମନ୍ତରାୟ, ରଶ୍ମୀରଞ୍ଜନ ପଣ୍ଡା, ସୁଧି କୁମାର ରଥ, ନିରାକାର ପାଣିଗ୍ରାହୀ, ରଞ୍ଜୁ ପାଣିଗ୍ରାହୀ ପ୍ରମୁଖ ଙ୍କ ଦ୍ୱାରା ଠାକୁରଙ୍କ ନିତିକାନ୍ତି ସମ୍ପର୍ଣ୍ଣ କରା ଯାଇଥିଲା। ହୃଦୟ ରଞ୍ଜନ ସିହ୍ନା, ନିତ୍ୟାନନ୍ଦ ବଳ ପ୍ରମୁଖ କାର୍ଯ୍ୟକୁ ପରିଚାଳନା କରିଥିଲେ । ଆଗରପଡା ଥାନାଧିକାରୀ ଦେବରାଜ ଜେନାଙ୍କ ନେତୃତ୍ୱରେ ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ସେହିପରି ଏହି ରଥଯାତ୍ରା ନିମାପଡା ଠାରେ ଯଥାରିତୀ ସମ୍ପର୍ଣ୍ଣ ହୋଇଛି । ଏଠାରେ ଥିବା ବନ୍ତ ପୁରୁଣା ବଜାର,ନିଳୋକ,ରାମପୁର, ଜାମୁଝାଡି, ଆମ୍ପୋର, ରାମକୃଷ୍ଣପୁର,ଦଣ୍ଡୋ, କେନ୍ଦୁଆପଦା, ମହିଷଗୋଠ, ହରିପୁର-ପଣ୍ଡାସାହି, ଅଣିଜୋ, ମାର୍କଣ୍ଡପୁର ଆଦି ସ୍ଥାନରେ ରଥଟଣା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଅନୁରୂପ ଭାବେ ବଡମହିଷଗୋଠ ପଚାଂୟତ ହରିପୁର- ପଣ୍ଡାସାହିରେ ରଥ ଟଣା କାର୍ଯ୍ୟ ସମାପନ ହୋଇଛି । ରଥର ପୂଜକ ଭାବେ ନରେନ୍ଦ୍ର ପଣ୍ଡା ଦାୟିତ୍ୱ ତୁଲାଇ ଥିବା ବେଳେ ବନମାଳୀ ପଣ୍ଡା ଛେରା ପହରା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । କାର୍ଯ୍ୟକ୍ରମରେ ହରିପୁର,ନରାଜପୁର, ଘଂଟଗଢିଆ ଆଦି ଗ୍ରାମର ଶତାଧିକ ଭକ୍ତ ଯୋଗ ଦେଇଥିଲେ । ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ଅଧିକାରୀଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.