Home ଜିଲ୍ଲା ପରିକ୍ରମା ବନ୍ତ ବିଜେପି ପକ୍ଷରୁ ନମିତାଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଗ୍ରୀନିଜ୍ ବୁକ ରେକର୍ଡ଼ ଲକ୍ଷରେ ନମିତା

ବନ୍ତ ବିଜେପି ପକ୍ଷରୁ ନମିତାଙ୍କୁ ଦିଆଗଲା ସମ୍ବର୍ଦ୍ଧନା, ଗ୍ରୀନିଜ୍ ବୁକ ରେକର୍ଡ଼ ଲକ୍ଷରେ ନମିତା

8

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବି.ଟି ପୁର ପଚାଂୟତର ଇଲେଭେନଷ୍ଟାର କ୍ଲବ ପରିସରରେ ଆଜି ଇଣ୍ଡିଆ ବୁକ୍‌ଅଫ ରେକର୍ଡ଼ରେ ସ୍ଥାନ ପାଇଥିବା ଚକ୍ରାପାଢୀ ଗ୍ରାମର ପିତା ରବିନ୍ଦ୍ର ବେହେରା, ମାତା ରେବତୀ ବେହେରାଙ୍କ କନ୍ୟା ସୁଶ୍ରୀ ନମିତା ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ଭଣ୍ଡାରିପୋଖରୀ ବିଧାନ ସଭାର ବିଜେପି ନେତା ଡ଼ ସୁଧାଂଶୁ ଶେଖର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ବରପୁତ୍ରର ମାଟି ଡ଼ ହରେକୃଷ୍ଣ ମହତାବ, ସଂସଦ ରତ୍ନ ଭର୍ତ୍ରୁହରି ମହତାବ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ, ବର୍ତମାନର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ପରେ ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି ଚିତ୍ର ଶିଳ୍ପୀ ନମିତା ବେହେରା। ଭଦ୍ରକ ଚାରୁ କାରୁ କଳାରେ ଶିକ୍ଷା ସମାପ୍ତି ପରେ ନିଜର ଅଦମ୍ୟ ଇଛା ଶକ୍ତି ବଳରେ ୫ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱ ହସ୍ତରେ ଫଟୋଚିତ୍ର ଆଙ୍କି ପ୍ରଦାନ କରିବା ସହ ଇଣ୍ଡିଆ ବୁକ୍‌ଅଫ ରେକର୍ଡ଼ସରେ ସ୍ଥାନ ପାଇବା ବାସ୍ତବରେ ଆମ ଅଚଂଳ ରଁ ଗାରିମାକୁ ନମିତା ବୃଦ୍ଧି କରିପାରିିଛନ୍ତି। ସଭାରେ ମୁଖ୍ୟବକ୍ତା ଭାବେ ବିଜେପି ନାରୀନେତ୍ରୀ ତଥା ସମାଜ ସେବିକା ରିତାରାଣୀ ବେହେରା ଚିତ୍ର ଶିଳ୍ପୀ ନମିତାଙ୍କ ଇଛାଶକ୍ତିକୁ ପୂରଣ କରିବାରେ ତାଙ୍କ ପିତା ରବିନ୍ଦ୍ରଙ୍କ ଧର୍ଯ୍ୟ ଓ ସାହାସକୁ ଆମେମାନେ ଗ୍ରହଣ କରି ସମାଜ ପାଇଁ କିଛି କରିପାରିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟବସାୟୀ ତଥା ଶ୍ୟାମଭାଇ ଲୁଗାବଜାରର ସ୍ୱତାଧିକାରୀ ଶ୍ୟାମସୁନ୍ଦର ଗୁପ୍ତା, କବୟତ୍ରୀ ଅନ୍ନପୂର୍ଣ୍ଣା ଦାଶ, ସମାଜ ସେବିକା ଶାନ୍ତିଲତା କର, ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଚଂ ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ବିଜେପି ମହତାବ ମଣ୍ଡଳ ସଭାପତି ଅମୁଲ୍ୟରତ୍ନ ନନ୍ଦ, ଜଗନ୍ନାଥ ପଣ୍ଡା, ଡ଼ ବର୍ଷା ବୈଶାଳିନୀ ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ନମିତାଙ୍କ କାର୍ଯ୍ୟ ତାଙ୍କୁ ଦିନେ ଗ୍ରୀନିଜ ବୁକ୍‌ରେ ନାମ ପକ୍କା କରିବାରେ ସହାୟକ ହେବ ବୋଲି ଆଶା ପୋଷଣ କରିଥିଲେ। କବୟତ୍ରୀ ଶାନ୍ତିଲତା କର ନମିତାଙ୍କ ଉଦେଶ୍ୟରେ କବିତା ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ, ମୁଖ୍ୟ ବକ୍ତା ଶ୍ରୀମତି ବେହେରା ଏବଂ ବିଶିଷ୍ଠ ଅତିଥି ଶ୍ରୀ ଗୁପ୍ତା ସମ୍ବର୍ଦ୍ଧିତ ପ୍ରତିଭା ନମିତାଙ୍କୁ ବସ୍ତ୍ର, ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିôଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ସାବିତ୍ରୀ ସାହୁ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଶିକ୍ଷାବିତ୍ ଉପେନ୍ଦ୍ର ନାଥ ଶତପଥି, ବରିଷ୍ଠ ନାଗରିକ ଜଗନ୍ନାଥ ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧନା ଦେବା ସହ ନମିତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଉପେନ୍ଦ୍ର ଶତପଥିଙ୍କ ମଂଚ ସଂଯୋଜନାରେ ପ୍ରାରମ୍ଭରେ ବରିଷ୍ଠ ନାଗରିକ ସୁବାଷ ଦାଶ ଅତିଥି ପରିଚୟ ରଖିଥିବା ବେଳେ ସ୍ତମ୍ଭକାର ସୁବୋଧ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ମଦନ ମୋହନ ଦାଶ,ଆଇନଜୀବି ସୁରେନ୍ଦ୍ର କର, ଅଶୋକ ପରିଡ଼ା,ମଦନ ମୋହନ କଟୁଆଳ, ଜୟକୃଷ୍ଣ ସାହୁ, ଅତସୀ ପଣ୍ଡା, ବନମାଳୀ ନାୟକ, ଶ୍ୟାମ ସୁନ୍ଦର ଦାସ, ପ୍ରଶାନ୍ତ ପୁରୀ, ଶଶିକାନ୍ତ ପଣ୍ଡା, ପ୍ରତାପ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.